ରିପୋର୍ଟ କାର୍ଡ / ପାଟନା
ବିହାର ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବ ଙ୍କ ପାଇଁ ବଢ଼ିଲା ଅଡୁଆ | ଜମି ବଦଳରେ ଚାକିରି ଦୁର୍ନୀତି ମାମଲାରେ ଫସିଛନ୍ତି ତେଜସ୍ବୀ ଯାଦବ । ଏହି ମାମଲାରେ ସିବିଆଇ ଗତକାଲି ବରିଷ୍ଠ ଆର୍ଜେଡି ନେତାମାନଙ୍କ ଘରେ ଚଢ଼ଉ କରିଥିଲା। ତେବେ ମିଳିଥିବା ସୂଚନାନୁଯାୟୀ, ମାମଲାରେ ସିବିଆଇ ହାତରେ ଯାଦବ ପରିବାର ବିରୋଧରେ ବଳିଷ୍ଠ ପ୍ରମାଣ ଲାଗିଛି। ଗତମାସରେ ଏହି ଦୁର୍ନୀତି ମାମଲାରେ ଚଢ଼ଉ ସମୟରେ ସିବିଆଇକୁ ଏକ ହାର୍ଡଡିସ୍କ ମିଳିଥିଲା। ଏଥିରେ ୧୪୫୮ ପ୍ରାର୍ଥୀଙ୍କର ଏକ ତାଲିକା ଅଛି। ଯେଉଁଥିରେ ପ୍ରାର୍ଥୀ ଚାକିରି ପାଇଁ ଯାଦବ ପରିବାରକୁ ସେମାନଙ୍କ ଜମି ଦେଇଛନ୍ତି। ମିଳିଥିବା ସୂଚନାନୁଯାୟୀ ଏହି ତାଲିକା ବିହାର ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବ ନିଜେ ପ୍ରସ୍ତୁତ କରିଥିଲେ । ୧୪୫୮ ମାମଲାରୁ ୧୬ଟିକୁ ଭଲଭାବେ ଯାଞ୍ଚ କରାଯାଇଛି। ସିବିଆଇ ତଦନ୍ତରୁ ଏହା ସଠିକ୍ ଥିବା ଜଣାପଡ଼ିଛି। ସିବିଆଇ ଏନେଇ ତୁରନ୍ତ ରେଳବାଇକୁ ଚିଠି ଲେଖିବ। ମିଳିଥିବା ସୂଚନାନୁଯାୟୀ ତେଜସ୍ବୀଙ୍କ ବିରୋଧରେ ଏହି ମାମଲାରେ ବଳିଷ୍ଠ ପ୍ରମାଣ ଥିବାରୁ ସେ ଗିରଫ ହୋଇପାରନ୍ତି ବୋଲି ଶୁଣିବାକୁ ମିଳୁଛି ।






More Stories
ପଶ୍ଚିମବଙ୍ଗ,ତାମିଲନାଡୁ ସମେତ ୫ ରାଜ୍ୟର ନିର୍ବାଚନ ଫଳାଫଳ…..
ପଶ୍ଚିମବଙ୍ଗରେ ଅତିରିକ୍ତ ୧୬୫ ପର୍ଯ୍ୟବେକ୍ଷ ଓ ୭୭ ପୋଲିସ ପର୍ଯ୍ୟବେକ୍ଷ ନିଯୁକ୍ତ……
ପଶ୍ଚିମବଙ୍ଗରରେ ପୁନଃ ମତଦାନ ଆରମ୍ଭ……