ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଉତ୍ତରପ୍ରଦେଶ ନଏଡାର ୪୦ ମହଲା ବିଶିଷ୍ଟ ଟ୍ବିନ ଟାୱାର ଭଙ୍ଗାହେବା | ଆସନ୍ତା ୨୮ ତାରିଖରେ ବିସ୍ଫୋରକ ଲଗାଇ ଏହାକୁ ୯ ସେକେଣ୍ଡ ମଧ୍ୟରେ ଉଡ଼ାଇ ଦିଆଯିବ। ଏଥିପାଇଁ ସମସ୍ତ ପ୍ରସ୍ତୁତି ଚାଲିଛି। ଦୁଇଟି ଟାୱାର ମଧ୍ୟରୁ ଗୋଟିଏ ୩୨ ମହଲା ହୋଇଥିବାବେଳେ ଅନ୍ୟଟି ୨୯ ମହଲା। ୩୭୦୦ କିଲୋଗ୍ରାମର ପିଇଟିଏନ୍ ବିସ୍ଫୋରକ ଏଥିପାଇଁ ବ୍ୟବହାର ହେବ। ପ୍ରାୟ ୧ ହଜାର ଡିଟନେଟର ଖଞ୍ଜାଯାଇଛି | ରିମୋଟ ଦବେଇବା କ୍ଷଣେ ୯ ସେକେଣ୍ଡରେ ମାଟିରେ ମିଶିଯିବ ଟ୍ବିନ ଟାୱାର | ରବିବାର ଅପରାହ୍ଣ ୨ଟା ୨୦ରେ ଉକ୍ତ ଟାୱାର ଭଙ୍ଗାଯିବ। ଏହାକୁ ସଫା କରିବାପାଇଁ ୩ ମାସ ସମୟ ଲାଗିବ | ଲୋକମାନଙ୍କୁ ସେହିଦିନ ସକାଳ ୭ଟା ସୁଦ୍ଧା ଘର ଖାଲି କରିବାକୁ କୁହାଯାଇଛି।






More Stories
ଜାମିନ ଦେବାକୁ ମନା କଲେ ସୁପ୍ରିମକୋର୍ଟ……
NEET-UG ପ୍ୟାଟର୍ଣ୍ଣରେ ହେବ ବଡ଼ ପରିବର୍ତ୍ତନ…..
ପୁଣି ଆନ୍ଦୋଳନକୁ ଓହ୍ଲାଇବ CJP…..