ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ୟୁନିଭରସିଟି ଗ୍ରାଣ୍ଟସ କମିସନ ପକ୍ଷରୁ ଦେଶର ୨୧ଟି ଫେକ୍ ୟୁନିଭରସିଟିର ତାଲିକା ଜାରି କରାଯାଇଛି । ଏହି ଲିଷ୍ଟରେ ଓଡ଼ିଶାର ଦୁଇଟି ୟୁନିଭରସିଟି ରହିଛି । ଏହି ସ୍ୱଘୋଷିତ ଶିକ୍ଷାନୁଷ୍ଠାନଗୁଡ଼ିକ ୟୁଜିସିର ଆକ୍ଟ ଉଲ୍ଲଂଘନ କରିଥିବା ଜଣପାଡ଼ିଛି । ଏମାନଙ୍କ ପାଖରେ ଛାତ୍ରଛାତ୍ରୀଙ୍କୁ ଡିଗ୍ରୀ ପ୍ରଦାନ କରିବାର ଅଧିକାର ନାହିଁ । ତେଣୁ ନାମଲେଖାଇବା ପୂର୍ବରୁ ଏନେଇ ସତର୍କତା ଅବଲମ୍ବନ କରିବାକୁ ୟୁଜିସି ପକ୍ଷରୁ ପରାମର୍ଶ ଦିଆଯାଇଛି । ଦିଲ୍ଲୀ: ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ ଅଫ ପବ୍ଲିକ ଆଣ୍ଡ ଫିଜିକାଲ ହେଲଥ ସାଇନ୍ସେସ, ଷ୍ଟେଟ ଗଭର୍ଣ୍ଣମେଣ୍ଟ ୟୁନିଭରସିଟି, କମର୍ସିଆଲ ୟୁନିଭରସିଟି ଲିମିଟେଡ, ୟୁନାଇଟେଡ ନେସନ ୟୁନିଭରସିଟି, ଭୋକେସନାଲ ୟୁନିଭରସିଟି, ଏଡିଆର-ସେଷ୍ଟ୍ରିକ ଜ୍ୟୁରିଡିସିୟଲ ୟୁନିଭରସିଟି, ଇଣ୍ଡିଆନ ଇନଷ୍ଟିଚ୍ୟୁସନ ଅଫ୍ ସାଇନ୍ସ ଆଣ୍ଡ ଇଞ୍ଜିନିୟରିଂ, ବିଶ୍ୱକର୍ମା ଓପନ ୟୁନିଭରସିଟି ଫର ସେଲଫ-ଏମ୍ଫ୍ଲଏଡ, ଆଧ୍ୟାତ୍ମିକ ୟୁନିଭରସିଟି, କର୍ଣ୍ଣାଟକ: ବଡ଼ଗମ୍ବୀ ସରକାର ୱାର୍ଲ୍ଡ ଓପନ ୟୁନିଭରସିଟି ଏଜୁକେସନ ସୋସାଇଟି, କେରଳ: ସେଣ୍ଟ ଜନ ୟୁନିଭରସିଟି, ମହାରାଷ୍ଟ୍ର: ରାଜା ଅରେବିକ ୟୁନିଭରସିଟି, ପଶ୍ଚିମବଙ୍ଗ: ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ୍ ଅଲଟରନେଟିଭ ମେଡିସିନ, ଇନଷ୍ଟିଚ୍ୟୁଟ ଅଫ୍ ଅଲଟେନେଟିଭ ଆଣ୍ଡ ରିସର୍ଚ୍ଚ, ଉତ୍ତରପ୍ରଦେଶ: ଗାନ୍ଧି ହିନ୍ଦି ବିଦ୍ୟାପୀଠ, ନ୍ୟାସନାଲ ୟୁନିଭରସିଟି ଅଫ୍ ଇଲେକ୍ଟ୍ରୋ କମ୍ପେ୍ଲକ୍ସ ହୋମିଓପ୍ୟାଥି, ନେତାଜୀ ସୁଭାଷ ଚନ୍ଦ୍ର ୟୁନିଭରସିଟି (ଓପନ ୟୁନିଭରସିଟି), ଭାରତୀୟ ଶିକ୍ଷା ପରିଷଦ, ଓଡ଼ିଶା: ନବଭାରତ ଶିକ୍ଷା ପରିଷଦ, ନର୍ଥ ଓଡ଼ିଶା ୟୁନିଭରସିଟି ଅଫ୍ ଏଗ୍ରିକଲଚର ଆଣ୍ଡ ଟେକ୍ନୋଲୋଜି, ପୁଡ଼ୁଚେରୀ: ଶ୍ରୀ ବୋଧୀ ଏକାଡେୀମ ଅଫ୍ ହାୟର ଏଜୁକେସନ, ଆନ୍ଧ୍ରପ୍ରଦେଶ: କ୍ରାଇଷ୍ଟ ନ୍ୟୁ ଟ୍ରିଟମେଣ୍ଟ ଡିମଡ ୟୁନିଭରସିଟି ।






More Stories
ବଢିଲା ଏଲପିଜି ସିଲିଣ୍ଡର ଦର….
ରାଷ୍ଟ୍ରପତିଙ୍କୁ ଭେଟିଲେ ନିର୍ମଳା ସୀତାରମଣ……
ଆଜି ବଜେଟ୍…..