ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆଜି ଭାରତର ପ୍ରଧାନ ବିଚାରପତି ଭାବେ ଉଦୟ ଉମେଶ ଲଳିତ ଶପଥ ନେବେ | ସେ ଦେଶର ୪୯ତମ ପ୍ରଧାନ ବିଚାରପତିଭାବେ ଶପଥ ଗ୍ରହଣ କରିବେ | ରାଷ୍ଟ୍ରପତି ଭବନରେ ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶପଥ ପାଠ କରାଇବେ | ସମ୍ବିଧାନର ଧାରା ୧୨୪ର ଉପଧାରା ୨ ଅନୁସାରେ ଜଷ୍ଟିସ ଲଲିତଙ୍କୁ କିଛିଦିନ ତଳେ ରାଷ୍ଟ୍ର ଦ୍ରୌପଦୀ ମୁର୍ମୁ ନିଯୁକ୍ତି ପ୍ରଦାନ କରିଥିଲେ । ଆଜିର ଏହି ଶପଥଗ୍ରହଣ ଉତ୍ସବରେ ତାଙ୍କ ପରିବାରର ତିନି ପିଢ଼ି ଉପସ୍ଥିତ ରହିବେ ବୋଲି ସୂଚନା ମିଳିଛି | ଉଲ୍ଲେଖ ଯୋଗ୍ୟ- ଶୁକ୍ରବାର ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ଏନ.ଭି. ରମନ୍ନା ଅବସର ଗ୍ରହଣ କରିଛନ୍ତି। ତାଙ୍କ ସ୍ଥାନରେ ନୂଆ ପ୍ରଧାନ ବିଚାରପତି ଭାବେ ଜଷ୍ଟିସ୍ ୟୁୟୁ ଲଲିତ ଦାୟିତ୍ୱ ଗ୍ରହଣ କରିଥିଲେ। ତେବେ ଜଷ୍ଟିସ୍ ୟୁୟୁ ଲଲିତ ୩ଟି ଦିଗ ଉପରେ ଫୋକସ କରିବେ ବୋଲି କହିଛନ୍ତି । କୋର୍ଟରେ ମାମଲାର ଲିଷ୍ଟିଂକୁ ସହଜ କରିବା, ତ୍ୱିରତ ଶୁଣାଣି ଏବଂ ଗୁରୁତ୍ୱପୂର୍ଣ୍ଣ ବିଷୟ ପାଇଁ ଅତି କମରେ ଗୋଟିଏ ସାମ୍ବିଧାନ ବେଞ୍ଚ ବସିବା ନେଇ ସେ ଗୁରୁତ୍ୱ ଦେବେ। ପ୍ରଧାନ ବିଚାପତି ଭାବେ ଲଳିତଙ୍କ କାର୍ଯ୍ୟକାଳ ୭୪ ଦିନ ରହିବ। ଏହି ଅବସରରେ ବିଦାୟୀ ସିଜେଆଇ ଏନଭି ରମନ୍ନା କହିଛନ୍ତି, ସମ୍ବିଧାନ ଏବଂ ଆଇନକୁ କେମିତି ସାଧାରଣ ଜନତାଙ୍କ ନିକଟତର କରାଯାଇ ପାରିବ ତାହା ତାଙ୍କର ସାମ୍ବିଧାନିକ ଦାୟିତ୍ଵ ଥିଲା। ଲୋକଙ୍କ ମଧ୍ୟରେ ନ୍ୟାୟପାଳିକା ପ୍ରତି ସଚେତନ ଏବଂ ବିଶ୍ଵାସ ଜନ୍ମାଇବା ଉପରେ ଗୁରୁତ୍ଵ ଦିଆଯାଇଛି ବୋଲି ସେ କହିଥିଲେ।






More Stories
ଅନିଲଙ୍କ ସମ୍ପତ୍ତି ବାଜ୍ୟାପ୍ତ କଲା ED, ରହିଛି ଭୁବନେଶ୍ୱର ଲିଙ୍କ୍…..
ତୁରନ୍ତ ରୋକନ୍ତୁ ଏସଆଇଆର୍…..
ଶପଥ ସମାରୋହରେ ଗାମୁଛା ଉଡ଼ାଇଲେ ମୋଦି…..