ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଖଣ୍ଡାଧାରରେ ଚାଲୁଛନ୍ତି | ହେମନ୍ତ ଙ୍କ ଅଡୁଆ ବଢ଼ିବାରେ ଲାଗିଛି | ବେଆଇନ ଖଣି ଖନନ ମାମଲାରେ ତଦନ୍ତ ପରେ ହେମନ୍ତ ଙ୍କ ବିଧାନସଭା ସଦସ୍ୟତା ରଦ୍ଦ କରାଯାଇଛି। ଏହି ମାମଲାରେ ନିର୍ବାଚନ କମିସନ ତାଙ୍କ ରାୟ ଶୁଣାଇବା ପରେ ଶୁକ୍ରବାର ଦିନ ରାଜ୍ୟପାଳ ରମେଶ ବୈସ ମଧ୍ୟ ହେମନ୍ତଙ୍କ ବିଧାନସଭା ସଦସ୍ୟତା ରଦ୍ଦ ହୋଇଥିବା ନିଷ୍ପତ୍ତି ଶୁଣାଇଛନ୍ତି। ବରହେଟ ବିଧାନସଭା ଆସନର ବିଧାୟକ ସୋରେନଙ୍କ ସଦସ୍ୟତା ରଦ୍ଦ ପାଇଁ ନିର୍ବାଚନ କମିସନଙ୍କ ନିଷ୍ପତ୍ତି ସହ ରାଜ୍ୟପାଳ ସହମତ ହୋଇଛନ୍ତି | ଏ ନେଇ ବିଧିବଦ୍ଧ ଭାବେ ଆଉ ଏକ ବିଜ୍ଞପ୍ତି ଜାରି ହେବ। ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ମଧ୍ୟ ମୁଖ୍ୟମନ୍ତ୍ରୀ ପଦ ହରାଇ ପାରନ୍ତି | ଏହି ମାମଲା ନେଇ ଦୁଇଦିନ ହେଲା ରାଜ୍ୟ ରାଜନୀତି ସରଗରମ ରହିଥିବା ବେଳେ ଏହାପଛରେ ବିଜେପିର ଷଡ଼୍ଯନ୍ତ୍ର ରହିଥିବା ସୋରେନ୍ ଅଭିଯୋଗ କରିଥିଲେ। ତେବେ, ସୋରେନ୍ ନିଜେ ଖୋଳିଥିବା ଗାତରେ ପଡ଼ିଛନ୍ତି ଏବଂ ଏହା ତାଙ୍କ ସ୍ବାର୍ଥସର୍ବସ୍ବ ନୀତିର ପରିଣାମ ବୋଲି ବିଜେପି କହିଛି। ଶୁକ୍ରବାର ରାତିରେ ଶାସକ ୟୁପିଏର ଏକ ବୈଠକ ସୋରେନଙ୍କ ବାସଭବନରେ ଅନୁଷ୍ଠିତ ହୋଇଛି ଏବଂ ପରବର୍ତ୍ତୀ ରଣନୀତି ନେଇ ଆଲୋଚନା ହୋଇଛି। ବିଜେପିର ୧୬ ଜଣ ବିଧାୟକ ଜେଏମ୍ଏମ୍ ସହ ସଂପର୍କରେ ଅଛନ୍ତି ବୋଲି ବୈଠକ ପରେ ଜେଏମ୍ଏମ୍ ନେତାମାନେ ଦାବି କରିଛନ୍ତି।






More Stories
ଅନିଲଙ୍କ ସମ୍ପତ୍ତି ବାଜ୍ୟାପ୍ତ କଲା ED, ରହିଛି ଭୁବନେଶ୍ୱର ଲିଙ୍କ୍…..
ତୁରନ୍ତ ରୋକନ୍ତୁ ଏସଆଇଆର୍…..
ଶପଥ ସମାରୋହରେ ଗାମୁଛା ଉଡ଼ାଇଲେ ମୋଦି…..