ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ବରିଷ୍ଠ କଂଗ୍ରେସ ନେତା ଗୁଲାମ ନବୀ ଆଜାଦଙ୍କ ଇସ୍ତଫା ଦେବା ପରେ ବିଜେପି ନେତୃବୃନ୍ଦ ମୁଖ୍ୟ ବିରୋଧୀ ଦଳ କଂଗ୍ରେସକୁ କଟାକ୍ଷ କରିଛନ୍ତି। ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବ ଶର୍ମା କହିଛନ୍ତି- ‘ଦଳ ଦ୍ବାରା ଅବହେଳିତ ହୋଇ ଆଗକୁ ଆହୁରି ଅନେକ ବରିଷ୍ଠ ନେତା କଂଗ୍ରେସ ଛାଡ଼ିଦେବେ। ସମୟ ଆସିବ କଂଗ୍ରେସରେ କେବଳ ଗାନ୍ଧି ପରିବାରର ସଦସ୍ୟମାନେ ଥିବେ। ଆଜାଦଙ୍କ ଚିଠି ଏବଂ ୨୦୧୫ରେ ମୁଁ ଲେଖିଥିବା ଚିଠିରେ ଏକ ସମାନତା ରହିଛି। କଂଗ୍ରେସରେ ସମସ୍ତେ ଜାଣନ୍ତି ଯେ ରାହୁଲ ଗାନ୍ଧି ଅପରିପକ୍ବ। ସୋନିଆ ଦଳର ଯତ୍ନ ନେଉନାହାନ୍ତି। ସେ କେବଳ ପୁଅକୁ ପ୍ରୋତ୍ସାହିତ କରିବାରେ ବ୍ୟସ୍ତ। କିନ୍ତୁ ଏହା ଏକ ବୃଥା ପ୍ରୟାସ। ଏହାର ଫଳ ସ୍ବରୂପ ଦଳର ବିଶ୍ବସ୍ତ ନେତାମାନେ ଦଳ ଛାଡ଼ିଦେଉଛନ୍ତି। ଆଗକୁ ଦିନ ଆସିବ ଯେଉଁଦିନ ଦଳରେ ଗାନ୍ଧି ପରିବାର ସଦସ୍ୟ ବ୍ୟତୀତ ଅନ୍ୟ କେହି ନଥିବେ।’ ରାହୁଲ ଗାନ୍ଧି ବାସ୍ତବରେ ବିଜେପି ପାଇଁ ଏକ ଆର୍ଶୀବାଦ ବୋଲି ସେ କହିଛନ୍ତି।






More Stories
ମମତା ଙ୍କ ଘରେ ସିଆଇଡ଼ି ଚଢ଼ାଉ…..
ବିବାହ ପୂର୍ବରୁ ଶାରୀରିକ ସମ୍ପର୍କ କଳଙ୍କ ନୁହେଁ…..
ଆସୁଛି ବଡ଼ ବର୍ଷା: ଓଡ଼ିଶାରେ ୧୧ରୁ…..