Report Card Odisha

| Daily Odia News

ମୟୂରଭଞ୍ଜ ଝିଅ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ !…..

ରିପୋର୍ଟ କାର୍ଡ / ରାଞ୍ଚି

ବେଆଇ ଖଣି ଖନନ ମାମଲାରେ ନିର୍ବାଚନ ଆୟୋଗ ନିଜ ରିପୋର୍ଟ ରାଜ୍ୟପାଳଙ୍କୁ ପଠାଇ ଦେଇଛନ୍ତି । ଏଥିରେ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଅଯୋଗ୍ୟ ଘୋଷଣା ନେଇ ଉଲ୍ଲେଖ ରହିଛି । ଅର୍ଥାତ ବିଧାୟକ ପଦ ରବ୍ଦ ନେଇ ସୁପାରିଶ କରାଯାଇଛି। ଏହା ଦ୍ୱାରା ହେମନ୍ତ ଙ୍କ ମୁଖ୍ୟମନ୍ତ୍ରୀ ପଦ ଯାଇପାରେ | କିନ୍ତୁ ଚର୍ଚ୍ଚା ହେଉଛି କି ହେମନ୍ତ ସୋରେନଙ୍କ ପତ୍ନୀ କଳ୍ପନା ସୋରେନ ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ହୋଇପାରନ୍ତି | ବିଜେପି ସାଂସଦ ନିଶିକଂ ଦୁବେ ଝାଡ଼ଖଣ୍ଡରରେ ଭାଉଜ କଳ୍ପନା ଙ୍କ ଅଭିଷେକ ପାଇଁ ପ୍ରସ୍ତୁତି ଚାଲିଥିବା ନେଇ ସାମାଜିକ ଗଣମାଧ୍ୟମରେ ଜଣାଇଛନ୍ତି | ଏହାକୁ ନେଇ ଝାଡ଼ଖଣ୍ଡର ରାଜନୀତି ସରଗରମ ରହିଛି | କଳ୍ପନା ହେଉଛନ୍ତି ଓଡିଶା ମୟୂରଭଞ୍ଜର ଝିଅ | ସେ ୨୦୦୬ ମସିହାରେ ହେମନ୍ତ ସୋରେନ ଙ୍କୁ ବିବାହ କରିଥିଲେ | ଏବେ ସେ ରାଞ୍ଚିରେ ରହୁଛନ୍ତି |

Breaking News