Report Card Odisha

| Daily Odia News

ସାପ୍ତାହିକ ରାଶିଫଳ……

ରିପୋର୍ଟ କାର୍ଡ / ଭୁବନେଶ୍ୱର

ମେଷ: ରବିବାର ପ୍ରଶଂସିତ ହେବେ। ସୋମବାର ଓ ମଙ୍ଗଳବାର ଯାତ୍ରାକାଳୀନ ସାବଧାନତା ଲୋଡ଼ା। ବୁଧବାର ଓ ଗୁରୁବାର କାର୍ଯ୍ୟସିଦ୍ଧି। ଶୁକ୍ରବାର ଓ ଶନିବାର ବିବାଦରେ ପଡ଼ିପାରନ୍ତି। ମହିଳା ଓ ବିଦ୍ୟାର୍ଥୀ ଲାଭବାନ ହେବେ। ରିଷ୍ଟଖଣ୍ଡନ ପାଇଁ ଶ୍ରୀ ହନୁମାନଙ୍କ ମନ୍ତ୍ର ଜପ କରନ୍ତୁ।

ବୃଷ: ରବିବାର ଭାବିଚିନ୍ତି କାର୍ଯ୍ୟ କରନ୍ତୁ। ସୋମବାର ଓ ମଙ୍ଗଳବାର ଯଶ, ମାନ ଓ ଗୌରବର ଅଧିକାରୀ ହେବେ। ବୁଧବାର ଓ ଗୁରୁବାର ଶତ୍ରୁଦ୍ବାରା ପ୍ରଭାବିତ ହେବେ। ଶୁକ୍ରବାର ଓ ଶନିବାର କର୍ମ ଅନୁସାରେ ଫଳ ପ୍ରାପ୍ତି ହେବ। ମହିଳା ଓ ବିଦ୍ୟାର୍ଥୀ ଶାନ୍ତିପ୍ରିୟ ହେବେ। ରିଷ୍ଟଖଣ୍ଡନ ପାଇଁ ଶ୍ରୀଶିବ ସ୍ତୋତ୍ର ପାଠ କରନ୍ତୁ।

ମିଥୁନ: ରବିବାର ସାମାଜିକ ପ୍ରତିଷ୍ଠା ପାଇବେ। ସୋମବାର ଓ ମଙ୍ଗଳବାର ଯାତ୍ରାଜନିତ କ୍ଳେଶ ଦେଖାଦେବ। ବୁଧବାର ଓ ଗୁରୁବାର ସୁସମ୍ବାଦ ପ୍ରାପ୍ତି ହେବ। ଶୁକ୍ରବାର ଓ ଶନିବାର ପଡ଼ୋଶୀଙ୍କ ସହିତ ମତଭେଦ ରହିବ। ମହିଳା ଓ ବିଦ୍ୟାର୍ଥୀ ପ୍ରଗତିଶୀଳ ହେବେ। ରିଷ୍ଟଖଣ୍ଡନ ପାଇଁ ଶ୍ରୀଦୁର୍ଗା ସହସ୍ରନାମ ପାଠ କରନ୍ତୁ।

କର୍କଟ: ରବିବାର ପିଲାଙ୍କୁ ନେଇ ଚିନ୍ତାଗ୍ରସ୍ତ ହେବେ। ସୋମବାର ଓ ମଙ୍ଗଳବାର ବନ୍ଧୁ ସହଯୋଗ ଲାଭ କରିବେ। ବୁଧବାର ଓ ଗୁରୁବାର ମାଆଙ୍କ ସ୍ବାସ୍ଥ୍ୟକୁ ନେଇ ଚିନ୍ତିତ ହେ​‌େ​‌ବ। ଶୁକ୍ରବାର ଓ ଶନିବାର ସ୍ତ୍ରୀ ହେତୁକ ଧନପ୍ରାପ୍ତି ହେବ। ମହିଳା ଓ ବିଦ୍ୟାର୍ଥୀ ସୃଜନଶୀଳ ହେବେ। ରିଷ୍ଟଖଣ୍ଡନ ପାଇଁ ମା’ ଭୁବନେଶ୍ବରୀଙ୍କ ମନ୍ତ୍ର ଜପ କରନ୍ତୁ।

ସିଂହ: ରବିବାର ସ୍ତ୍ରୀଙ୍କ ସହଯୋଗ ପ୍ରାପ୍ତି ହେବ। ସୋମବାର ଓ ମଙ୍ଗଳବାର ଦୂରଯାତ୍ରା କରିପାରନ୍ତି। ବୁଧବାର ଓ ଗୁରୁବାର ମାଲିମକଦ୍ଦମାରେ ବିଜୟୀ ହେବେ। ଶୁକ୍ରବାର ଓ ଶନିବାର କାର୍ଯ୍ୟରେ ଦ୍ବନ୍ଦ୍ବ ଦେଖାଦେବ। ମହିଳା ଓ ବିଦ୍ୟାର୍ଥୀ କ୍ରିୟାଶୀଳ ହେବେ। ରିଷ୍ଟଖଣ୍ଡନ ପାଇଁ ଶ୍ରୀନାରାୟଣ କବଚ ପାଠ କରନ୍ତୁ।

କନ୍ୟା: ରବିବାରଠାରୁ ମଙ୍ଗଳବାର ପର୍ଯ୍ୟନ୍ତ ପରିଶ୍ରମ ଅନୁସାରେ ଫଳ ପାଇବେ। ବୁଧବାର ଓ ଗୁରୁବାର କାର୍ଯ୍ୟରେ ପ୍ରତିବନ୍ଧକ ସୃଷ୍ଟି ହେବ। ଶୁକ୍ରବାର ଓ ଶନିବାର ଧାର୍ମିକ କାର୍ଯ୍ୟରେ ଯୋଗଦାନ କରିବେ। ମହିଳା ଓ ବିଦ୍ୟାର୍ଥୀ ଶ୍ରୀଯୁକ୍ତ ହେ​‌େ​‌ବ। ରିଷ୍ଟଖଣ୍ଡନ ପାଇଁ ଶ୍ରୀବିଷ୍ଣୁ ସହସ୍ର ନାମ ପାଠ କରନ୍ତୁ।

ତୁଳା: ରବିବାରଠାରୁ ମଙ୍ଗଳବାର ପର୍ଯ୍ୟନ୍ତ କର୍ମପ୍ରବଣତା ପ୍ରକାଶିତ ହେବ। ବୁଧବାର ଓ ଗୁରୁବାର ମଧ୍ୟମ ଫଳ ଲାଭ ହେବ। ଶୁକ୍ରବାର ଓ ଶନିବାର ଦ୍ରବ୍ୟ ଚୋରି ହୋଇପାରେ। ମହିଳା ଓ ବିଦ୍ୟାର୍ଥୀ ସମ୍ବେଦନଶୀଳ ହେବେ। ରିଷ୍ଟଖଣ୍ଡନ ପାଇଁ ଶ୍ରୀ ରୁଦ୍ରାଷ୍ଟକ ପାଠ କରନ୍ତୁ।

ବିଛା: ରବିବାର ଜଗିରଖି ଚଳନ୍ତୁ। ସୋମବାର ଓ ମଙ୍ଗଳବାର ପ୍ରୀତିଲାଭ ହେବ। ବୁଧବାର ଓ ଗୁରୁବାର ବ୍ୟବସାୟରେ ଲାଭବାନ ହେବେ। ଶୁକ୍ରବାର ଓ ଶନିବାର ଭାବିଚିନ୍ତି କାର୍ଯ୍ୟ କରିବେ। ମହିଳା ଓ ବିଦ୍ୟାର୍ଥୀ ଯତ୍ନଶୀଳ ହେବେ। ରିଷ୍ଟଖଣ୍ଡନ ପାଇଁ ଶ୍ରୀ ସୁନ୍ଦରାକାଣ୍ଡ ପାଠ କରନ୍ତୁ।

ଧନୁ: ରବିବାର ମାଙ୍ଗଳିକ କାର୍ଯ୍ୟରେ ଯୋଗଦେବେ। ସୋମବାର ଓ ମଙ୍ଗଳବାର ପାରିବାରିକ ଅଶାନ୍ତି ଦେଖାଦେବ। ବୁଧବାର ଓ ଗୁରୁବାର ବୈବାହିକ ସମସ୍ୟା ଦୂର ହେବ। ଶୁକ୍ରବାର ଓ ଶନିବାର ଆୟ ବୃଦ୍ଧି ହେବ। ମହିଳା ଓ ବିଦ୍ୟାର୍ଥୀ ପ୍ରତିଷ୍ଠା ଲାଭ କରିବେ। ରିଷ୍ଟଖଣ୍ଡନ ପାଇଁ ଓଁ ନମଃ ଶିବାୟ ମନ୍ତ୍ର ଜପ କରନ୍ତୁ।

ମକର: ରବିବାରଠାରୁ ମଙ୍ଗଳବାର ପର୍ଯ୍ୟନ୍ତ ସମୟ ଅନୁକୂଳ ରହିବ। ବୁଧବାର ଓ ଗୁରୁବାର ଋଣଗ୍ରସ୍ତ ହୋଇପାରନ୍ତି। ଶୁକ୍ରବାର ଓ ଶନିବାର କାର୍ଯ୍ୟରେ ପଦୋନ୍ନତି ମିଳିବ। ମହିଳା ଓ ବିଦ୍ୟାର୍ଥୀ ପ୍ରଗତିଶୀଳ ହେବେ। ରିଷ୍ଟଖଣ୍ଡନ ପାଇଁ ଓଁ ତାରେ ତୁ ତାରେ ତୁରେ ସ୍ବାହା ମନ୍ତ୍ର ଜପ କରନ୍ତୁ।

କୁମ୍ଭ: ରବିବାରଠାରୁ ମଙ୍ଗଳବାର ପର୍ଯ୍ୟନ୍ତ ବନ୍ଧୁ ସହଯୋଗ ପ୍ରାପ୍ତ ହେବ। ବୁଧବାର ଓ ଗୁରୁବାର ଭବିଷ୍ୟତ ପାଇଁ ଯୋଜନା ପ୍ରସ୍ତୁତ କରିବେ। ଶୁକ୍ରବାର ଓ ଶନିବାର ଆୟ ଅପେକ୍ଷା ବ୍ୟୟ ଅଧିକ ହେବ। ମହିଳା ଓ ବିଦ୍ୟାର୍ଥୀ ସମ୍ବେଦନଶୀଳ ହେବେ। ରିଷ୍ଟଖଣ୍ଡନ ପାଇଁ ଶ୍ରୀ ମହାମୃତ୍ୟୁଞ୍ଜୟ ମନ୍ତ୍ର ଜପ କରନ୍ତୁ।

ମୀନ: ରବିବାର ପାରିବାରିକ ଅଶାନ୍ତି ଦେଖାଦେବ। ସୋମବାରଠାରୁ ବୁଧବାର ପର୍ଯ୍ୟନ୍ତ ମାଲିମକଦ୍ଦମାରେ ବିଜୟୀ ହେବେ। ଗୁରୁବାରଠାରୁ ଶନିବାର ପର୍ଯ୍ୟନ୍ତ ସୃଜନଶୀଳ ପ୍ରତିଭାର ବିକାଶ ଘଟିବ। ମହିଳା ଓ ବିଦ୍ୟାର୍ଥୀ ସଫଳତା ପାଇବେ। ରିଷ୍ଟଖଣ୍ଡନ ପାଇଁ ଶ୍ରୀ ଦୁର୍ଗା ସହସ୍ରନାମ ପାଠ କରନ୍ତୁ।

 

Breaking News