ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ମାଟିରେ ମିଶିଲା ଟ୍ୱିନ୍ ଟାୱାର୍। ୩୦୦ କୋଟି ଟଙ୍କାର ଏହି ଟ୍ୱିନ୍ ଟାୱାର୍ ମାତ୍ର ୯ ସେକେଣ୍ଡରେ ଧ୍ୱଂସ ହୋଇଯାଇଛି । ସାଇରନ୍ ବାଜିବା ପରେ ବିସ୍ଫୋରଣ କରି ଉଡାଇ ଦିଆଯାଇଛି | ନଏଡାର ସେକ୍ଟର ୯୩-ଏ ଅଞ୍ଚଳରେ ବେଆଇନ୍ ତିଆରି ହୋଇଥିଲା ଟ୍ୱିନ୍ ଟାୱାର୍। ଟାୱାର ଧ୍ୱଂସ ହେବା ପରେ ଧୂଳିର ଏକ ବିରାଟ ବାଦଲ ପୂରା ପରିବେଶରେ ଖେଳିଯାଇଛି। ଆଖପାଖ ଅଞ୍ଚଳର ଲୋକଙ୍କୁ ଖାଲି କରାଯାଇଥିବା ବେଳେ ବୁଲା କୁକୁରମାନଙ୍କୁ ରକ୍ଷା କରିବା ପାଇଁ ମଧ୍ୟ ବଡ ପଦକ୍ଷେପ ନିଆଯାଇଛି। ଅନେକ ଏନଜିଓର କର୍ମକର୍ତ୍ତାମାନେ ଏହି ଅଞ୍ଚଳର କୁକୁରମାନଙ୍କ ଜୀବନ ରକ୍ଷା କରିବା ପାଇଁ ସେମାନଙ୍କୁ ଉଦ୍ଧାର କରି ଅନ୍ୟତ୍ରକୁ ସ୍ଥାନାନ୍ତର କରିଛନ୍ତି। ଏଥିରୁ ୩୫ ହଜାର ଟନ୍ ଯାଏଁ ଆବର୍ଜନା ବାହାରିବ। ଯାହାକୁ ସଫା କରିବାକୁ ଅତି କମରେ ୩ ମାସ ସମୟ ଲାଗିବ। ଉଲ୍ଲେଖଯୋଗ୍ୟ, ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶାନୁସାରେ ଏହି ଟ୍ୱିନ୍ ଟାୱାର୍କୁ ଭାଙ୍ଗିବା ପାଇଁ ୩୭୦୦ କିଲୋଗ୍ରାମ ବାରୁଦ ବ୍ୟବହାର କରାଯାଉଛି। ଏଥିପାଇଁ ୧୮ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ଅଟ୍ଟାଳିକାକୁ ଭାଙ୍ଗିବା ପାଇଁ ଏଡିଫାଇସ୍ ଇଞ୍ଜିନିୟରିଂ ୭ ମାସର କସରତ କରିଛି । ଗୋଟିଏ ମାସ କେବଳ ପ୍ଲାନିଂ କରାଯାଇଥିଲା । ଆଉ ୬ ମାସ ବିସ୍ଫୋରକ ଖଞ୍ଜିବା ଓ ଅନ୍ୟ କାମ କରାଯାଇଛି ।






More Stories
ଆଶାଙ୍କ ପରଲୋକର:ଭାବପ୍ରବଣ ହୋଇପଡ଼ିଲେ ମୋଦି…..
ଲୋକସଭା-ରାଜ୍ୟସଭା ସଦସ୍ୟଙ୍କୁ ହ୍ୱିପ୍ ଜାରି…..
ଆଶା ଭୋସ୍ଲେଙ୍କ ପରଲୋକ…..