ରିପୋର୍ଟ କାର୍ଡ / ଭୁବନେଶ୍ୱର
ମେଷ: କର୍ମକ୍ଷେତ୍ର ଉତ୍ସାହଜନକ ହେବ। ସାଧନାରେ ସିଦ୍ଧି ପ୍ରାପ୍ତ ହେବେ। ସ୍ବକର୍ମ ପାଇଁ ମନରେ ଗର୍ବ ଭାବ ବହନ କରିପାରନ୍ତି। ଶତ୍ରୁକୁ ପରାଜିତ କରି ମାନସିକ ଶାନ୍ତି ଫେରିପାଇବେ। ଋଣ ପରିଶୋଧ କରି ଆଶ୍ବସ୍ତ ହେବେ।
ବୃଷ: ଅଧ୍ୟୟନରତ ହୋଇପାରନ୍ତି। ବିଭିନ୍ନ ସୂତ୍ରରୁ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ପତ୍ନୀ ଆଜ୍ଞାକାରିଣୀ ହେବେ। ସେୟାର ମାର୍କେଟ ବା ଲଟେରିରେ ଭଲ ଲାଭ ମିଳିପାରେ।
ମିଥୁନ: ବିଭିନ୍ନ ସୂତ୍ରରୁ ସ୍ନେହ-ଶ୍ରଦ୍ଧା ମିଳିପାରେ। ଧର୍ମ-କର୍ମ ସମ୍ପାଦନ କରିପାରନ୍ତି। ଅନ୍ୟର ମଙ୍ଗଳ କାମନା କରି ନିଜେ ଉପକୃତ ହେବେ। ଶ୍ରମ ସାର୍ଥକ ହେବ। ଯାନବାହନ ସୁଖ ମିିଳିପାରେ।
କର୍କଟ: ପ୍ରୀତି ଭୋଜନରେ ସୁଖ-ସନ୍ତୋଷ ଲାଭକରି ପାରନ୍ତି। ପାରିବାରିକ ସୁଖ ମିଳିବ। ଆର୍ଥିକ ସ୍ଥିତିରେ ସ୍ବଚ୍ଛଳତା ଦେଖାଦେବ। ଦେବ ଦର୍ଶନ ପାଇ ଆତ୍ମସନ୍ତୋଷ ଲାଭ କରିବେ। ଅଶାନ୍ତି ଦୂର ହେବ।
ସିଂହ: ସତ୍ସଙ୍ଗୀ ହେବେ। ତେଜୀୟାନ୍ ହୋଇପାରନ୍ତି। ଧନଲାଭ ହେବ। କୌଶଳରେ କାର୍ଯ୍ୟ ହାସଲ କରିପାରନ୍ତି। ପାରିବାରିକ ସୁଖ ମିଳିବ। ଆଶା ଫଳବତୀ ହୋଇପାରେ। ବ୍ୟବସାୟ ଲାଭପ୍ରଦ ହେବ।
କନ୍ୟା: ଶ୍ରୀଚନ୍ଦ୍ର ଭୋଗ ହେଉଥିବାରୁ ଆୟ ଆଶାନୁରୂପ ହେବ। ମିଷ୍ଟାନ୍ନ ଭୋଜନରେ ଆପ୍ୟାୟିତ ହେବେ। ବନ୍ଧୁ, ସାଥୀ, ପରିଜନଙ୍କଠାରୁ ସ୍ନେହାଶୀର୍ବାଦ ମିଳିବ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ।
ତୁଳା: ଶୁଭା-ଶୁଭ ମିଶ୍ରିତ ଫଳ ମିଳିବ। ପଥରୋଧର ସମ୍ମୁଖୀନ ହୋଇପାରନ୍ତି। ଅଯଥା ବିତର୍କରେ ଭାଗ ନ ନେଇ ନିରବ ଦର୍ଶକ ସାଜିପାରନ୍ତି। ଚକ୍ଷୁରେ ସାମାନ୍ୟ ଯନ୍ତ୍ରଣା ଅନୁଭବ କରିପାରନ୍ତି। ଭାଷା ମଧୁର ହେବ।
ବିଛା: ଆଶା ଫଳବତୀ ହେବ। କାର୍ଯ୍ୟ ହାସଲ କରିବାରେ ସିଦ୍ଧହସ୍ତ ହେବେ। ବ୍ୟବସାୟ ଉନ୍ନତମାନର ହେବ। ମନ ପ୍ରସନ୍ନ ରହିବ। ଅଧିକ ଜ୍ଞାନ ଅର୍ଜନ ପାଇଁ ଆଗ୍ରହୀ ହେବେ। ସତ୍କର୍ମରେ ନିଜକୁ ନିୟୋଜିତ କରିବେ।
ଧନୁ: ସର୍ବ ଶୁଭ ଆଶା କରାଯାଏ। ଦେବ ଦର୍ଶନ କରି ଆତ୍ମ ସନ୍ତୋଷ ଲାଭ କରିବେ। ପାରିବାରିକ ସୁଖ ମିଳିବ। ପ୍ରଭାବଶାଳୀ ହେବେ। କର୍ମକ୍ଷେତ୍ରରେ ଅପୂର୍ବ ସଫଳତା ମିଳିବ। ପ୍ରତିଯୋଗିତାରେ କୃତିତ୍ବ ଅର୍ଜନ କରିବେ।
ମକର: ସେବା ପୂଜାରେ ନିୟୋଜିତ ହୋଇପାରନ୍ତି। ଭାଗ୍ୟୋନ୍ନତିର ସମୟ ଉପସ୍ଥିତ। କ୍ଷମତାଧାରୀ ହେବେ। କାର୍ଯ୍ୟର ସଫଳ ରୂପାୟନ କରି ପ୍ରଶଂସାର ପାତ୍ର ହେବେ। ବିବାଦରେ ବିଜୟୀ ହେବେ।କୂମ୍ଭୁ: ଶାସ୍ତ୍ରପଟୁ ହେବେ। ପୁଣ୍ୟଦେହୀ ହୋଇପାରନ୍ତି। ସୁବର୍ଣ୍ଣାଦିଯୁକ୍ତ ହେବେ। ରାଜବଂଶ ପୂଜିତ ହୋଇପାରନ୍ତି। ତ୍ୟାଗପୂତ ମନୋବୃତ୍ତି ଗ୍ରହଣ କରିପାରନ୍ତି। ହର୍ଷଯୁକ୍ତ ଓ ବିଶୁଦ୍ଧଭାଷୀ ହେବେ। ସତର୍କରେ ଚଳିବେ।
ମୀନ: ଆଜି ଦିନ ଭିତରେ ଯାହା ଘଟଣା ଘଟିବ ତାହା ସୁଖବୋଧ ହେବ। ଶୁଭକାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ରହିଛି। କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ। ପତ୍ନୀଙ୍କ ଉପଦେଶ ଶୁଭପ୍ରଦ ହେବ।






More Stories
ସତର୍କରେ ଚଳିବାକୁ ପଡ଼ିବ……
ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ…..
ଯାନବାହନ ସୁଖ ମିଳିବ……