ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ମୁହାଁମୁହିଁ ହୋଇଛନ୍ତି ବିଜେପି ଓ ଆପ୍। ଦିଲ୍ଲୀରେ ଆପ୍ ସରକାରଙ୍କୁ ଭାଙ୍ଗିବା ପାଇଁ ବିଜେପି ଚେଷ୍ଟା କରୁଥିବାନେଇ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଦାବିକରିଥିଲେ | ଏହା ଭିତରେ ଆଜି ବିଧାନସଭାରେ ଶକ୍ତି ପ୍ରଦର୍ଶନ ସହିତ ବିଶ୍ୱାସ ପ୍ରସ୍ତାବ ବେଳେ ବିଜେପି ଉପରେ ବର୍ଷିଛନ୍ତି କେଜ୍ରିୱାଲ। ବିଜେପି ଓ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍ କରି କେଜ୍ରିୱାଲ କହିଛନ୍ତି, ଆପ୍ର ସମସ୍ତ ବିଧାୟକ ଓ କର୍ମକର୍ତ୍ତା ପୂରା ସଚ୍ଚୋଟ। ବିଶ୍ୱାସ ପ୍ରସ୍ତାବ ଜରିଆରେ ଆମେ ଏହା ପ୍ରମାଣିତ କରିବାକୁ ଚାହୁଁଛୁ। ମଧ୍ୟପ୍ରଦେଶ, ଗୋଆ, ମହାରାଷ୍ଟ୍ର, କର୍ଣ୍ଣାଟକରେ ଅପରେସନ୍ ଲୋଟସ୍ ସଫଳ ହୋଇଥିଲା, କିନ୍ତୁ ଦିଲ୍ଲୀରେ ଏହା ବିଫଳ ହୋଇଛି। ବିଜେପି ଆମର ବିଧାୟକ କିଣିବା ପାଇଁ ଯଥାସମ୍ଭବ ଚେଷ୍ଟା କରିଥିଲା କିନ୍ତୁ ଆମର ଗୋଟିଏ ବି ବିଧାୟକ ବିକ୍ରି ହୋଇନଥିବା ଆମେ ଶକ୍ତି ପ୍ରଦର୍ଶନ କରି ପ୍ରମାଣିତ କରିବୁ। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି, ‘ବିଧାୟକମାନଙ୍କୁ AAP ଛାଡି ବିଜେପିରେ ଯୋଗଦେବା ପାଇଁ ପ୍ରତ୍ୟେକଙ୍କୁ ୨୦ କୋଟି ଲେଖାଏଁ ଅଫର୍ ଦିଆଯାଇଥିଲା କିନ୍ତୁ ଏହି ଅପରେସନ୍ ଲୋଟସ୍ ବିଫଳ ହୋଇଥିଲା। ଆଜି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା ଚାଲିଥିବା ବେଳେ ବିରୋଧୀ ଦାୟିତ୍ୱହୀନ ମନୋଭାବ ଦେଖାଉଛି। ସେମାନେ ଆଲୋଚନା କରିବାକୁ ଚାହୁଁନାହାଁନ୍ତି, କେବଳ ନାଟକ କରିବାକୁ ଚାହୁଁଛନ୍ତି।’କେଜ୍ରିୱାଲ ଦରଦାମ୍ ବୃଦ୍ଧି ପ୍ରସଙ୍ଗ ମଧ୍ୟ ଉଠାଇ ବିଜେପି ଉପରେ ବର୍ଷିଛନ୍ତି। ସେ କହିଛନ୍ତି, ଆଜି ଦରଦାମ୍ ବୃଦ୍ଧି ହେତୁ ସମଗ୍ର ଦେଶର ଲୋକମାନେ ହଇରାଣ ହୋଉଛନ୍ତି, ସେମାନଙ୍କ ଘର ଚାଲୁ ନାହିଁ। ଅନେକ ଲୋକ ଗୋଟିଏ ପନିପରିବା କିଣିବା କମାଇ ସାରିଲେଣି। ଅଧିକାଂଶ ଲୋକ କ୍ଷୀର ନେବା ମଧ୍ୟ ବନ୍ଦ କରି ଦେଇଛନ୍ତି। ଅନେକ ଲୋକ ଭାବୁଛନ୍ତି ଯେ, ଦରଦାମ୍ ବୃଦ୍ଧି ଆପେ ଆପେ ହେଉଛି କିନ୍ତୁ ବିଜେପି ଓ କେନ୍ଦ୍ର ସରକାର ଯେଉଁ ଟ୍ୟାକ୍ସ ଲଗାଉଛି ସେଥିରୁ ବୃଦ୍ଧି ଘଟୁଛି। ଟ୍ୟାକ୍ସ ଜରିଆରେ ଯେଉଁ ଟଙ୍କା ଆସୁଛି ତାହା କୁଆଡେ ଯାଉଛି ବୋଲି କେଜ୍ରିୱାଲ ପ୍ରଶ୍ନ କରିଛନ୍ତି। ସେପଟେ କେଜ୍ରିୱାଲଙ୍କ ଶକ୍ତି ପ୍ରଦର୍ଶନ ପୂର୍ବରୁ ବିଜେପି ବିଧାନସଭାରେ ଜୋରଦାର ହଙ୍ଗାମା କରିଛି। ବିଜେପି ବିଧାୟକମାନେ ଗୃହର ମଧ୍ୟଭାଗକୁ ଆସି ହୋହାଲ୍ଲା କରିଛନ୍ତି। ଏହାପରେ ବାଚସ୍ପତି ସେମାନଙ୍କୁ ମାର୍ଶଲ ଆଉଟ୍ କରିଥିବା ସୂଚନା ମିଳିଛି |






More Stories
ଅସ୍ତ୍ର ବିରତି ସତ୍ତ୍ବେ ଇସ୍ରାଏଲର ଆକ୍ରମଣ ଜାରି….
ସାରା ରାଜ୍ୟ ଉପରେ ରହିବ ସରକାରଙ୍କ ନଜର….
ଆଜି ଆସାମ,କେରଳ ଓ ପୁଡୁଚେରୀ ନିର୍ବାଚନ…..