Report Card Odisha

| Daily Odia News

ସବୁ ଜିଲ୍ଲାରେ ହେବ SI ପରୀକ୍ଷା …..

ରିପୋର୍ଟ କାର୍ଡ / କଟକ

ସବ୍‌ଇନ୍ସପେକ୍ଟର ପଦରେ ନିଯୁକ୍ତି ଲାଗି ମିଳିତ ପୋଲିସ ସେବା ପରୀକ୍ଷା ସବୁ ଜିଲ୍ଲାରେ ହେବ | ପରୀକ୍ଷାରେ କିପରି ଆଉ ବିଭ୍ରାଟ ନହେବ ସେଥିଲାଗି ଓଡିଶା ପୋଲିସ ରିକ୍ରୁଟ୍‌ମେଣ୍ଟ ବୋର୍ଡ ବ୍ୟାପକ ପଦକ୍ଷେପ ଗ୍ରହଣ କରିବାକୁ ଯାଉଛନ୍ତି । ବିଭିନ୍ନ ବିଭ୍ରାଟ କାରଣରୁ ଅତୀତରେ ଦୁଇ ଥର ଏହି ପରୀକ୍ଷା ବନ୍ଦ ହୋଇସାରିଲାଣି । ଏଭଳି ବିଭ୍ରାଟକୁ ନେଇ ପରୀକ୍ଷାର୍ଥୀ ଅସନ୍ତୁସ ବ୍ୟକ୍ତ କରିଥିଲେ |ତେଣୁ ଏଥର ଯେମିତି ପରୀକ୍ଷାରେ କୌଣସି ତ୍ରୁଟି ନହୁଏ ସେଥିପାଇଁ ବୋର୍ଡ ପକ୍ଷରୁ ସାନି ପ୍ରସ୍ତୁତି କରାଯାଉଛି । ଅନଲାଇନ୍‌ରେ ହେଉଥିବା ପରୀକ୍ଷାରେ ଓଡ଼ିଆ ପ୍ରଶ୍ନରେ ବାରମ୍ବାର ବିଭ୍ରାଟ ହେବାରୁ ଏଥର ଓଏମ୍‌ଆର ସିଟ୍‌ରେ ପରୀକ୍ଷା କରିବାକୁ ସ୍ଥିତର ହୋଇଛି । ଏଥିପାଇଁ ସେଣ୍ଟର ଚୟନ ପ୍ରକ୍ରିୟା ଆରମ୍ଭ ହୋଇଛି । ପ୍ରାର୍ଥୀମାନଙ୍କ ସୁବିଧା ପାଇଁ ରାଜ୍ୟର ସବୁ ଜିଲ୍ଲାରେ ପରୀକ୍ଷା କେନ୍ଦ୍ର ପାଇଁ ବୋର୍ଡ ନିଷ୍ପତ୍ତି ନେଇଛି । ପୂର୍ବରୁ ନିର୍ଦ୍ଦିଷ୍ଟ କିଛି ଜିଲ୍ଲାରେ ପରୀକ୍ଷା ହୋଇଥିବାରୁ ମାଲକାନଗିରି, ନୂଆପଡ଼ା, ନବରଙ୍ଗପୁର ଭଳି ଜିଲ୍ଲାର ପରୀକ୍ଷାର୍ଥୀମାନେ ସମସ୍ୟାରେ ପଡିଥିଲେ । ଏହାକୁ ଦୃଷ୍ଟିରେ ରଖି ଏଥର ସବୁ ଜିଲ୍ଲାରେ ପରୀକ୍ଷା କେନ୍ଦ୍ର କରାଯାଇଛି । ଏମିତିକି କିଛି ଜିଲ୍ଲାରେ ଏକାଧିକ ସ୍ଥାନରେ ମଧ୍ୟ ସେଣ୍ଟର୍‌ କରାଯିବ । ପ୍ରାର୍ଥୀମାନେ ନିଜ ପସନ୍ଦର ଅନୁସାରେ ସେଣ୍ଟରରେ ପରୀକ୍ଷା ଦେଇପାରିବେ ବୋଲି ବ୍ୟବସ୍ଥା କରାଯାଇଛି । ରିକ୍ରୁଟ୍‌ମେଣ୍ଟ୍‌ ବୋର୍ଡ ପକ୍ଷରୁ ଜାରି ହୋଇଥିବା ବିଜ୍ଞପ୍ତି ଓ ମେସେଜ୍‌ ପାଇଲା ପରେ ପ୍ରାର୍ଥୀମାନେ ଅନଲାଇନ୍‌ରେ ସେମାନଙ୍କ ସୁବିଧା ଅନୁସାରେ ସେଣ୍ଟର ଚୟନ କରିସାରିଛନ୍ତି । ସେଣ୍ଟର ଚୟନ ପ୍ରକ୍ରିୟା ଶେଷ ହୋଇଥିବାରୁ ସେପ୍ଟେମ୍ବର ଦ୍ୱିତୀୟ ସପ୍ତାହ ସୁଦ୍ଧା ପରୀକ୍ଷା ଶେଷ କରିବା ପାଇଁ ବୋର୍ଡ ଲକ୍ଷ୍ୟ ରଖିଥିବା ସୂଚନା ମିଳିଛି। ଏଥିଲାଗି ଖୁବଶୀଘ୍ର ବୋର୍ଡ ପକ୍ଷରୁ ୱେବସାଇଟ୍‌ରେ ଆଡମିଟ୍‌ କାର୍ଡ ଅପଲୋଡ୍‌ କରାଯିବ । ପରେ ପ୍ରାର୍ଥୀମାନେ ଡାଉନ୍‌ଲୋଡ୍‌ କରି ଆଡମିଟ୍‌ କାର୍ଡ ପାଇପାରିବେ ବୋଲି ସୂଚନା ମିଳିଛି । ସୂଚନାଯୋଗ୍ୟ, ମିଳିତ ପୁଲିସ ସେବା ପରୀକ୍ଷା-୨୦୧୮ ଲାଗି ରାଜ୍ୟରେ ୨୯ ହଜାର ୬୪୪ ପରୀକ୍ଷାର୍ଥୀ ଆବେଦନ କରିଛନ୍ତି । ଦୀର୍ଘ ୪ ବର୍ଷ ପରେ ହେଉଥିବା ଏହି ପରୀକ୍ଷା ପରିଚାଳନା ଦାୟିତ୍ୱ ଏକ ଘରୋଇ ସଂସ୍ଥା ଉପରେ ନ୍ୟସ୍ତ ରହିଛି । ଜୁଲାଇ ୨ ରୁ ୯ ତାରିଖ ଏବଂ ୧୧ ରୁ ୧୨ ତାରିଖ ମଧ୍ୟରେ ରାଜ୍ୟର ବିଭିନ୍ନ ଜିଲ୍ଲା ଏନଂ ସଦର ମହକୁମା ମିଶି ୧୨ ଜାଗାରେ ୩୪ଟି କେନ୍ଦ୍ରରେ ଉକ୍ତ ପରୀକ୍ଷା ହୋଇଥିଲା । ସଫ୍ଟୱେୟାର ଜନିତ ସମସ୍ୟା ଯୋଗୁଁ ଓଡ଼ିଆ ପ୍ରଶ୍ନପତ୍ରରେ ବିଭ୍ରାଟ ପାଇଁ ଦୁଇ ଥର ପରୀକ୍ଷା ବାତିଲ କରାଯାଇଛି ।

 

Breaking News