ରିପୋର୍ଟ କାର୍ଡ / କଟକ
ଆଉ ମାତ୍ର ଗୋଟାଏ ଦିନପରେ ଗଣେଶ ପୂଜା| କାରିଗର ମାନେ ମୂର୍ତ୍ତୀ ନିର୍ମାଣରେ ଲାଗିପଡିଛନ୍ତି | ମୂର୍ତ୍ତିରେ ଦେଉଛନ୍ତି ଶେଷ ସ୍ପର୍ଶ | ଏହା ଭିତରେ କଟକରେ ବିକୃତ ଗଣେଶ ମୂର୍ତ୍ତି ପ୍ରସ୍ତୁତି କୁନେଇ ବିବାଦ ଦେଖା ଦେଇଛି | ଏହି ମାମଲା ହାଇକୋର୍ଟରେ ପହଞ୍ଚିଛି | କିନ୍ତୁ ଏହି ସଂପର୍କିତ ମାମଲାରେ ହାଇକୋର୍ଟ ସୋମବାର ହସ୍ତକ୍ଷେପ କରିବାକୁ ମନା କରିଦେଇଛନ୍ତି। ତେବେ ବିକୃତ ମୂର୍ତ୍ତି ନିର୍ମାଣ ପାଇଁ ସମସ୍ତ ନିଷ୍ପତ୍ତି ପୋଲିସ ଏବଂ ପ୍ରଶାସନ ଉପରେ ଛାଡ଼ିଦେଇଛନ୍ତି ହାଇକୋର୍ଟ। ସୂଚନାଯୋଗ୍ୟ, କଟକରେ ବିକୃତ ଗଣେଶ ମୂର୍ତ୍ତି ନିର୍ମାଣ ପ୍ରସ୍ତୁତିକୁ ନେଇ ବିବାଦ ଦେଖା ଦେଇଥିବା ବେଳେ ମୃର୍ତ୍ତିକୁ ପେଣ୍ଡାଲକୁ ପଠାଇବା ପାଇଁ ପୋଲିସ ବାରଣ କରିଥିଲା। ହେଲେ ପୋଲିସର ବାରଣକୁ ଚ୍ୟାଲେଞ୍ଜ କରି ମୂର୍ତ୍ତି କାରିଗର ହାଇକୋର୍ଟ ଯାଇଥିଲେ। ଅନ୍ୟପଟେ, ବିକୃତ ଗଣେଶ ମୂତ୍ତକୁ ନେଇ ହାଇକୋର୍ଟଙ୍କ ନିର୍ଦ୍ଦେଶ ଆସିବା ପରେ ଉଭୟ ମୂର୍ତ୍ତି କାରିଗର ଏବଂ କ୍ଲବ୍ଗୁଡିକୁ କଟକ ଡିସିପି ପିନାକ ମିଶ୍ର ତାଗିତ୍ କରିଛନ୍ତି। ମଣ୍ଡପରେ ଏଭଳି ମୂର୍ତ୍ତି ପ୍ରତିଷ୍ଠା ନ କରିବାକୁ ଡିସିପି ଅପିଲ କରି କହିଛନ୍ତି ଯେ, ପୋଲିସ ସବୁବେଳେ ଏଭଳି ମୂର୍ତ୍ତି ନିର୍ମାଣ ନ କରିବାକୁ ଅନୁରୋଧ କରିଆସିଛି। ଏଥିରେ ବ୍ୟତିକ୍ରମ ଦେଖିଲେ ଆଇନ୍ ଅନୁଯାୟୀ କାର୍ଯାନୁଷ୍ଠାନ ନିଆଯିବ ବୋଲି ଡିସିପି କହିଛନ୍ତି।






More Stories
ଆଜି କାଉଣ୍ଟରରେ ଟିକଟ ବିକ୍ରି……
ସାମ୍ବାଦିକଙ୍କ ପାଇଁ ପେନସନ୍……
ବିରୋଧୀଙ୍କ ମୌନ ପ୍ରତିବାଦ……