ରିପୋର୍ଟ କାର୍ଡ / କେନ୍ଦୁଝର
ହାତୀ ମୃତ୍ୟୁ ଘଟଣାରେ ଫରେଷ୍ଟର ଓ ଫରେଷ୍ଟ ଗାର୍ଡ ଙ୍କୁ ନିଲମ୍ବିତ କରାଯାଇଛି | କେନ୍ଦୁଝର ସଦର ରେଞ୍ଜର କୃଷି ବିଜ୍ଞାନ କେନ୍ଦ୍ରର ଫାର୍ମ ହାଉସରେ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ୨ ମାଈ ହାତୀଙ୍କର ମୃତ୍ୟ ହୋଇଥିଲା । ଏହି ଘଟଣାରେ କାର୍ଯ୍ୟାନୁଷ୍ଠାନ ସ୍ୱରୂପ ସଦର ରେଞ୍ଜ ଫରେଷ୍ଟର ଓ ଫରେଷ୍ଟ ଗାର୍ଡଙ୍କୁ ନିଲମ୍ବନ କରାଯାଇଥିବା ସୂଚନା ମିଳିଛି । ନିଲମ୍ବିତ ଦୁଇଜଣ ହେଲେ ଫରେଷ୍ଟର ପ୍ରଦୀପ ବାରିକ ଓ ଗାର୍ଡ ମିତ୍ରଭାନୁ ନାୟକ। କାର୍ଯ୍ୟରେ ଅବହେଳା ଅଭିଯୋଗରେ ଉଭୟଙ୍କୁ RCCF ନିଲମ୍ବନ କରିଥିବା ନେଇ ଡିଏଫ୍ଓ ସୂଚନା ଦେଇଛନ୍ତି । ଏହାସହ ବିଦ୍ୟୁତ୍ ବିଭାଗକୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି। ଉଲ୍ଲେଖ ଯୋଗ୍ୟ-କେନ୍ଦୁଝର ସଦର ରେଞ୍ଜର କୃଷି ବିଜ୍ଞାନ କେନ୍ଦ୍ରରେ ଥିବା ଫାର୍ମ ହାଉସକୁ ଗତ ୨୪ ତାରିଖ ରାତିରେ ଏକ ହାତୀ ପଲ ଲତା ଖାଇବାକୁ ଆସିଥିଲେ। ଲତା ଟାଣି ଖାଉଥିବା ବେଳେ ଅଳ୍ପ ଉଚ୍ଚତାରେ ଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଦୁଇ ମାଈ ହାତୀ ସେଠାରେ ଆଖି ବୁଜି ଦେଇଥିଲେ।






More Stories
ବିରୋଧୀଙ୍କ ମୌନ ପ୍ରତିବାଦ……
ବରଗଡ ଧନୁଯାତ୍ରା ପାଇଁ ୧ କୋଟି…..
ମା’ର ହତ୍ୟା ଦେଖିଦେବାରୁ ଭାଣିଜୀକୁ ମାରିଦେଲେ…..