Report Card Odisha

| Daily Odia News

ଲାଗୁ ହେବ ବନ୍ଧୁକ କଟକଣା…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଆମେରିକାର ନ୍ୟୁୟର୍କରେ ଲାଗୁହେବ ବନ୍ଧୁକ ରଖିବା ନିୟମ | ନ୍ୟୁୟର୍କ ରାଜ୍ୟରେ ରାଜ୍ୟ ସରକାର ପାଖରେ ବନ୍ଧୁକ ରଖିବା ଓ ଲୋକଗହଳି ସ୍ଥାନଗୁଡ଼ିକୁ ଏହା ସାଙ୍ଗରେ ନେବା ଉପରେ କଟକଣା ଲାଗୁ କରାଯିବ। ନ୍ୟୁୟର୍କର ଟାଇମ୍ସ ସ୍କୋୟାରରେ ଉଜ୍ଜ୍ବଳ ଆଲୋକ ସହ ଇଲେକେଟ୍ରାନିକ୍ ବିଲ୍‌ବୋର୍ଡ ବ୍ୟବସ୍ଥା କରାଯିବା ପରେ ଏହାକୁ ‘ଗନ୍ ଫ୍ରି ଜୋନ୍’ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ସରକାରଙ୍କ ନିଷ୍ପତ୍ତି ଅନୁସାରେ ଏଣିକି କେହି ପାର୍କ, ଚର୍ଚ୍ଚ ଓ ଥିଏଟର ପରି ଲୋକଗହଳି ହେଉଥିବା ସମ୍ବେଦନଶୀଳ ସ୍ଥାନ ବା ପର୍ଯ୍ୟଟନ କ୍ଷେତ୍ରଗୁଡ଼ିକୁ ସାଙ୍ଗରେ ବନ୍ଧୁକ ନେଇ ଆସି ପାରିବେନାହିଁ | ଗତ ଜୁନ୍ ମାସରେ ଆମେରିକା ସୁପ୍ରିମ୍‌କୋର୍ଟ ବନ୍ଧୁକ ରଖିବାର ଅଧିକାରକୁ ସମ୍ପ୍ରସାରିତ କରିବା ସହ ଏହା ଉପରେ କେତେକ କଡ଼ାକଡ଼ି ନିୟମ ଲାଗୁ କରିବା ପରେ ନ୍ୟୁୟର୍କ ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ବନ୍ଧୁକ ଲାଇସେନ୍ସ ପ୍ରଦାନକୁ ମଧ୍ୟ କଠୋର ନିୟମଯୁକ୍ତ କରାଯାଇଛି। ଗତ ଦିନମାନଙ୍କରେ ବନ୍ଧୁକର ଅପବ୍ୟବହାର ଓ ଗଣସମାଗମ ସ୍ଥଳରେ ଆଖିବୁଜା ଗୁଳିଚାଳନା ଘଟଣା ଘଟିବା ପରେ ସରକାର କିଛିଟା କଟକଣା ବୃଦ୍ଧି କରିଛନ୍ତି।

 

Breaking News