Report Card Odisha

| Daily Odia News

ଶୁଭଶ୍ରୀ ମୃତ୍ୟୁ ମାମଲା:ସତ ମାନିଲା ଚିତ୍ତରଞ୍ଜନ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଭୁବନେଶ୍ୱର ଶାସ୍ତ୍ରୀନଗରେ ଶୁଭଶ୍ରୀ ମହାପାତ୍ର ମୃତ୍ୟୁ ମାମଲାରେ ଆସିଛି ନୂଆ ଟ୍ଵିଷ୍ଟ । ବିଳମ୍ବିତ ରାତିରେ ସତ ମାନିଛି ଥାନାରେ ଅଟକ ଥିବା ଯୁବକ । ନୟାଗଡ଼ର ଯୁବକ ଚିତ୍ତରଞ୍ଜନ ଜେନାଙ୍କର ବିବାହ ପୂର୍ବରୁ ଶୁଭଶ୍ରୀଙ୍କ ସହ ଥିଲା ପ୍ରେମ ସମ୍ପର୍କ। ଚିତ୍ତ ସତ୍ୟନଗରରେ ଘର ଭଡ଼ା ନେଇ ରହୁଥିଲେ । ବିବାହ ପରେ ବି ଶୁଭଶ୍ରୀଙ୍କ ସହ କଣ୍ଟାକ୍ଟରେ ଥିଲେ ଚିତରଞ୍ଜନ। ଶୁଭଶ୍ରୀ ବିବାହିତା ,ଗୋଟିଏ ପିଲାର ମାଆ ହୋଇ ମଧ୍ୟ ଚିତ୍ତ ଙ୍କୁ ବିବାହ କରିବାକୁ ଜିଦ କରୁଥିଲେ |  ଆଜି ଅଟକ ଯୁବକଙ୍କୁ କୋର୍ଟ ଚାଲାଣ କରିପାରେ ପୋଲିସ। ଆବଶ୍ୟକ ପଡ଼ିଲେ ରିମାଣ୍ଡରେ ନେଇ ପଚରାଉଚରା କରାଯିବା ନେଇ ଜଣାପଡ଼ୁଛି । ଶେଷ ୭ ଟି କଲ ନେଇ ଚାଲିଛି ପଚରାଉଚରା । ଶୁଭଶ୍ରୀ ୨୭ ସେକେଣ୍ଡ ପାଇଁ ଚିତ୍ତଙ୍କ ସହ କଥା ହୋଇଥିଲେ । ୩୦୨, ୨୦୧ ଦଫାରେ ମାମଲା ରୁଜୁ କରିଛି ପୋଲିସ । ଅନ୍ୟପଟେ ଆଜି ଆସି ସାରିଛି ଶୁଭଶ୍ରୀଙ୍କ ପୋଷ୍ଟମର୍ଟମ ରିପୋର୍ଟ।ଶୁଭଶ୍ରୀଙ୍କ ମୃତ୍ୟୁ ଶ୍ୱାସରୁଦ୍ଧ ଯୋଗୁ ହୋଇଥିବା ରିପୋର୍ଟରେ ଦର୍ଶାଯାଇଛି। ଏହା ସହ ଝୁଲନ୍ତା ଅବସ୍ଥାରେ ଶୁଭଶ୍ରୀଙ୍କ ମୃତ୍ୟୁ ହୋଇଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି।

 

Breaking News