Report Card Odisha

| Daily Odia News

୩୦ କର୍ମଚାରୀଙ୍କ ଦରମା ବନ୍ଦ କଲେ ଜିଲ୍ଲାପାଳ……

ରିପୋର୍ଟ କାର୍ଡ / ରାୟଗଡ଼ା

୩୦ କର୍ମଚାରୀଙ୍କୁ ମହଙ୍ଗା ପଡ଼ିଛି କାର୍ଯ୍ୟରେ ଅବହେଳା କରିବା । ରାୟଗଡ଼ା ଜିଲ୍ଲା ପ୍ରଶାସନ ଏଭଳି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି | କାଶୀପୁର ତହସିଲଦାରଙ୍କ ସମେତ ୩୦ଜଣ କର୍ମଚାରୀଙ୍କ ଦରମା ବନ୍ଦ କରିଦେଇଛନ୍ତି ଜିଲ୍ଲାପାଳ ସ୍ୱାଧାଦେବ ସିଂ। ଜମିପଟ୍ଟା ପ୍ରଦାନରେ କ୍ଷେତ୍ର କର୍ମଚାରୀମାନେ ଅବହେଳା କରୁଥିଲେ। | ସୂଚନା ଅନୁସାରେ- ତହସିଲର ଏହି ସରକାରୀ ଅଧିକାରୀ ଓ କର୍ମଚାରୀମାନେ ଅଫିସ୍‌ରେ ଉପସ୍ଥିତ ରହୁଥିଲେ। ଜମି ଚିହ୍ନଟ ପ୍ରକ୍ରିୟାରେ ଅବହେଳା କରୁଥିଲେ। ଏନେଇ ଅଭିଯୋଗ ପରେ ଜିଲ୍ଲାପାଳ ଘଟଣାର ତଦନ୍ତ କରି ତହସିଲଦାର ଓ ଅନ୍ୟ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି |

Breaking News