ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆଫଗାନିସ୍ତାନର ହେରାତ ପ୍ରାନ୍ତର ଗୁଜରଗାହ ମସଜିଦରେ ବଡ଼ ଧରଣର ବିସ୍ଫେୋରଣ ହୋଇଛି। ଏଥିରେ ମସଜିଦର ଇମାମ ମୁଜୀବ ରହମାନ ଅଂସାରୀଙ୍କ ମୃତ୍ୟୁ ହୋଇଛି। ଏନେଇ ସ୍ଥାନୀୟ ପୋଲିସ ପକ୍ଷରୁ ସୂଚନା ମିଳିଛି | ମେଡିଆ ରିପୋର୍ଟ ଅନୁସରେ- ତେବେ ବିସ୍ଫୋରଣରେ ୧୮ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୧ ଜଣ ଆହତ ହୋଇଛନ୍ତି | ଆଗକୁ ମୃତକଙ୍କ ସଂଖ୍ୟା ବଢିବା ଆଶଙ୍କା କରାଯାଉଛି । ମସଜିଦରେ ନମାଜ ପାଠ କରାଯାଉଥିବା ସମୟରେ ଏହି ବିସ୍ଫୋରଣ ହୋଇଛି । ପୋଲିସ ସୂଚନା ଅନୁସାରେ, ପଶ୍ଚିମ ଆଫଗାନିସ୍ତାନର ସହର ହେରାତ ମସଜିଦ ବିସ୍ଫୋରଣରେ ତାଲିବାନ ସମର୍ଥିତ ହାଇ ପ୍ରୋଫାଇଲ ଇମାମ ଏବଂ ନାଗରିକଙ୍କ ମୃତ୍ୟୁ ହୋଇଛି।






More Stories
ମହିଳାଙ୍କୁ ମିଳିବ ଋତୁସ୍ରାବ ଛୁଟି…..
ଓଡିଶା ସରକାରଙ୍କୁ ଟାର୍ଗେଟ କଲେ ମହୁଆ……
ଦକ୍ଷିଣ ଗାଜା ଉପରେ ଇସ୍ରାଏଲର ଆକ୍ରମଣ…..