Report Card Odisha

| Daily Odia News

କମିବ ଦରଦାମ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଦେଶରେ ଅହେତୁକ ଦରଦାମ ଲୋକଙ୍କୁ ଅଣନିଶ୍ୱାସୀ କରି ସାରିଲାଣି | ଏହା ଭିତରେ ସୂଚନା ମିଳୁଛି କି ଭାରତରେ ଶୀଘ୍ର ଦରଦାମ ହ୍ରାସ ପାଇବ। ଆଗାମୀ ମାସଗୁଡ଼ିକରେ ଦେଶର ମୁଦ୍ରାସ୍ଫୀତି ରେଖା ନିମ୍ନମୁଖୀ ହେବ ବୋଲି ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କହିଛନ୍ତି। ଦେଶରେ ଉଚ୍ଚ ମୁଦ୍ରାସ୍ଫୀତି ଅତୀତରେ ସର୍ବୋଚ୍ଚ ସ୍ତର ଛୁଇଁସାରିଛି। ତେବେ ମୁଦ୍ରାସ୍ଫୀତି ସଂପ୍ରତି ଏକ ବିଶ୍ବବ୍ୟାପୀ ସମସ୍ୟାରେ ପରିଣତ ହୋଇଛି। ମୁଦ୍ରାସ୍ଫୀତିର ଜଗତୀକରଣ ହୋଇଛି। ବିଶ୍ବ ସ୍ଥିତିକୁ ଦେଖିଲେ ଆାମେ ଏହା କହି ପାରିବା ଯେ ଭାରତରେ ମୁଦ୍ରାସ୍ଫୀତି ଗତ ଏପ୍ରିଲରେ ଶୀର୍ଷ ଛୁଇଁ ସାରିଛି। କିନ୍ତୁ ଏହା ଧୀରେ ଧୀରେ ହ୍ରାସ ପାଇବ ବୋଲି ସେ କହିଛନ୍ତି। ଆଗାମୀ ଦିନରେ ମୁଦ୍ରାସ୍ଫୀତିରେ ଅଳ୍ପ ହ୍ରାସବୃଦ୍ଧି ହେବ। କିନ୍ତୁ ମୁଦ୍ରାସ୍ଫୀତି ରେଖା ନିମ୍ନମୁଖୀ ରହିବ। ଏହାର ଅନେକ କାରଣ ରହିଛି। ପ୍ରଥମ କାରଣ ହେଲା ଅଶୋଧିତ ତେଲ ଦାମ ହ୍ରାସ ପାଉଛି। ସାମଗ୍ରୀ ଏବଂ ଖାଦ୍ୟ ମୂଲ୍ୟ ମଧ୍ୟ କମିଛି। ତେବେ ମୁଦ୍ରାନୀତି କମିଟିର ଆଗାମୀ ବୈଠକ ପରେ କି ପ୍ରକାର ନୀତି ଘୋଷଣା କରିବ ବୋଲି ପଚରାଯିବାରୁ ଶକ୍ତିକାନ୍ତ ଏହା ଉପରେ କହିବାକୁ ମନା କରିଦେଇଛନ୍ତି। ପରିସ୍ଥିତି ବଦଳୁଥିବାରୁ ଏ ବିଷୟରେ କିଛି କହିବା ଠିକ୍ ହେବନାହିଁ ବୋଲି ସେ କହିଛନ୍ତି। ଏପ୍ରିଲରେ ଖାଉଟି ମୁଦ୍ରାସ୍ଫୀତି ୭.୭୯ ପ୍ରତିଶତ ଛୁଇଁଥିଲା। ଜୁନରେ ୭.୦୧ ପ୍ରତିଶତ ଥିବାବେଳେ ଜୁଲାଇରେ ୬.୭୧ ପ୍ରତିଶତକୁ ହ୍ରାସ ପାଇଛି।

Breaking News