ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଉତ୍ତରପ୍ରଦେଶ ବାରାବଙ୍କି ଜିଲ୍ଲାରେ ଆଜି ଘଟିଛି ମର୍ମନ୍ତୁଦ ସଡକ ଦୁର୍ଘଟଣା | ଏକ ଯାତ୍ରୀବାହୀ ବସକୁ ଟ୍ରକ ଧକ୍କା ଦେବାରୁୁ ଦୁର୍ଘଟଣାରେ ୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୪ ରୁ ଅଧିକ ଲୋକେ ଆହତ ହୋଇଛନ୍ତି। ବସରେ ପ୍ରାୟ ୬୦ ଜଣ ଯାତ୍ରୀ ଥିଲେ। ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଆହତଙ୍କ ମଧ୍ୟରୁ କିଛି ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଖବର ପାଇ ପୋଲିସ ଓ ଉଦ୍ଧାରକାରୀ ଦଳ ଘଟଣା ସ୍ଥଳରେ ପହଞ୍ଚି ମୃତାହତଙ୍କୁ ଉଦ୍ଧାର କରିଛନ୍ତି। ଆହତ ଙ୍କୁ ଉଦ୍ଧରକରୀ ସମସ୍ତଙ୍କୁ ହସ୍ପିଟାଲ ନିଆଯାଇଥିଲା। ୪ ଜଣଙ୍କୁ ଡାକ୍ତର ମୃତ ଘୋଷଣା କରିଥିବା ବେଳେ ଅନ୍ୟମାନଙ୍କ ଚିିକିତ୍ସା ଜାରି ରହିଥିବା ସୂଚନା ମିଳିଛି ।






More Stories
ହଟିବନି ଟେଲିଗ୍ରାମ ବ୍ୟାନ…..
ପୁନର୍ବାର ସୀମା ପୁନଃନିର୍ଦ୍ଧାରଣ ବିଲ୍ ଆଗତ ଲକ୍ଷ୍ୟରେ ବିଜେପି……
ରାଜ୍ୟରେ ଶିକ୍ଷା ବ୍ୟବସ୍ଥାର ବଡ ତ୍ରୁଟି; ବହିରେ ୧୬୭୮ଟି ଭୁଲ ଚିହ୍ନଟ…..