ରିପୋର୍ଟ କାର୍ଡ / କଟକ
କଟକ ସ୍ବତନ୍ତ୍ର ପକ୍ସୋ କୋର୍ଟ ବିଚାରପତି ସୁବାସ ବିହାରୀଙ୍କ ମୃତ୍ୟୁ ଘଟଣା ନୂଆ ମୋଡ ନେଇଛି | ବିଚାରପତିଙ୍କ ମୃତ୍ୟୁ ଆତ୍ମହତ୍ୟା ନୁହେଁ ବରଂ ହତ୍ୟା ବୋଲି ପରିବାର ପକ୍ଷରୁ ଅଭିଯୋଗ କରାଯାଇଛି। ଏଭଳି ଅଭିଯୋଗ କରିଛନ୍ତି ସୁବାସଙ୍କ ମାଆ,ଭିଣୋଇ ଏବଂ ସମ୍ପର୍କୀୟ। ସୁବାସଙ୍କୁ ତାଙ୍କ ପତ୍ନୀ ଓ ଶଳା ହତ୍ୟା କରିଥିବା ପରିବାର ଲୋକେ କହିଛନ୍ତି। ହତ୍ୟା କରି ଆତ୍ମହତ୍ୟାର ରୂପ ଦେଇଥିବା ବୋଲି ପରିବାର ପକ୍ଷରୁ କୁହାଯାଇଛି। ଏନେଇ ପରିବାର ପକ୍ଷରୁ ଆଜି ମର୍କତନଗର ଥାନାରେ ଏତଲା ଦେଇଛନ୍ତି । ବିଚାରପତିଙ୍କ ମା କହିଛନ୍ତି କି ମୋ ପୁଅକୁ ମାରି ଦେଇଛନ୍ତି , ପୁଅକୁ ଛାଡୁ ନଥିଲେ କି ମୋ ସହ କଥାବାର୍ତ୍ତା କରାଇ ଦେଉନଥିଲେ। ବୋହୂ ଏବଂ ତାଙ୍କ ଭାଇ ମାରି ଦେଇଛନ୍ତି | ସେଭଳି ସମ୍ପର୍କୀୟ ମଧ୍ୟ ହତ୍ୟା ଅଭିଯୋଗ ଆଣି ଘଟଣାର ସିବିଆଇ ତଦନ୍ତ ହେଉ ବୋଲି କହିଛନ୍ତି।






More Stories
ଭୁବନେଶ୍ୱରରେ ପାକିସ୍ତାନ ଆତଙ୍କବାଦୀ…..
ଅବହେଳା କଲେ ନାମଲେଖା ବନ୍ଦ…..
୩୦ ସୁଦ୍ଧା ଚୂଡ଼ାନ୍ତ ପଞ୍ଚାୟତ ନିର୍ବାଚନ ସଂରକ୍ଷଣ ତାଲିକା…..