ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
୨୦୨୪ ନିର୍ବାଚନରେ ବିଜେପିକୁ ଶିକ୍ଷା ଦେବାକୁ ଏକାଠି ହେବାକୁ ଯାଉଛନ୍ତି ବିରୋଧୀଦଳ | ସେଥିପାଇଁ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିଦେଲେଣି ବରୋଧୀ | ଏକଥା ଆମେ କହୁନାହୁଁ ଦେଶର କେତେକ ରାଜ୍ୟର ରାଜନୈତିକ ବାତାବରଣ କହୁଛି | ସେମିତି ଦେଖିବାକୁଗଲେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ବିଜେପିକୁ ଖୋଲା ଚ୍ୟାଲେଞ୍ଚ କରିଛନ୍ତି | ମଣିପୁରରେ ଜେଡି(ୟୁ)ର ୬ଜଣ ବିଧାୟକଙ୍କ ମଧ୍ୟରୁ ୫ଜଣ ବିଜେପିରେ ସାମିଲ ହୋଇଛନ୍ତି। ଏନେଇ ପ୍ରତିକ୍ରିୟା ରଖି ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର କହିଛନ୍ତି ଯେ, ଜେଡି(ୟୁ)ର ୫ଜଣ ବିଧାୟକଙ୍କୁ ବିଜେପିରେ ସାମିଲ କରାଯିବା କୌଣସି ସାମ୍ବିଧାନିକ କାର୍ଯ୍ୟ ନୁହେଁ। ଦେଶରେ ନୂଆ ରାଜନୀତି ଚାଲିଛି। ଅନ୍ୟ ଦଳକୁ ଭାଙ୍ଗିବା ଭୁଲ। ସେଥିପାଇଁ ୨୦୨୪ମସିହାରେ ସବୁ ବିରୋଧୀ ଦଳ ଏକାଠି ହୋଇ ବିଜେପିକୁ ଉଚିତ୍ ଶିକ୍ଷା ଦେବୁ। ନୀତୀଶ ଦଳୀୟ କର୍ମୀଙ୍କୁ ୨୦୨୪ ଲୋକସଭା ନିର୍ବାଚନ ପାଇଁ ପ୍ରସ୍ତୁତ ହେବାକୁ ଆହ୍ୱାନ ଦେଇ କହିଛନ୍ତି | ସମସ୍ତ ମତଭେଦ ଭୁଲି ଲୋକସଭା ନିର୍ବାଚନ ପାଇଁ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଛନ୍ତି | ଲୋକସଭା ନିର୍ବାଚନ ପୂର୍ବରୁ ସାରା ଦେଶରେ ବିରୋଧୀଙ୍କୁ ଏକଜୁଟ କରିବାକୁ ହେବ ବୋଲି ନୀତିଶ କହିଛନ୍ତି । ୨୦୨୪ ଲୋକସଭା ନିର୍ବାଚନରେ ବିରୋଧୀ ଏକଜୁଟ ହେଲେ ସହଜରେ ବିଜେପିକୁ ପରାସ୍ତ କରି ହେବ। ସେଥିପାଇଁ ଏବେଠୁ ପ୍ରସ୍ତୁତି ଜରୁରୀ ବୋଲି ପ୍ରତିକ୍ରିୟା ରଖିଛନ୍ତି। ନୀତିଶ ୨ ଦିନ ପରେ ଦିଲ୍ଲୀ ଯିବେ। ସେଠାରେ କଂଗ୍ରେସ ନେତା ରାହୁଲ ଗାନ୍ଧି, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏବଂ ଅନ୍ୟ ବାମପନ୍ଥୀ ନେତାଙ୍କୁ ଭେଟି ବିଜେପିକୁ ଆଗାମୀ ନିର୍ବାଚନରେ ଚେକ ଦେବା ପାଇଁ ଆଲୋଚନା କରିପାରନ୍ତି।






More Stories
ଓଡିଶା ସରକାରଙ୍କୁ ଟାର୍ଗେଟ କଲେ ମହୁଆ……
ଦକ୍ଷିଣ ଗାଜା ଉପରେ ଇସ୍ରାଏଲର ଆକ୍ରମଣ…..
କେନ୍ଦ୍ରୀୟ ଅବକାରୀ ବିଲ୍ ପାସ୍…..