ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆଜି ଆସିବ ବ୍ରିଟେନ ପ୍ରଧାନମନ୍ତ୍ରୀ ପଦ ପାଇଁ ହୋଇଥିବା ନିର୍ବାଚନର ଫଳାଫଳ। ଦୁଇ ପ୍ରତିଦ୍ବନ୍ଦ୍ବୀ ଋଶି ସୁନକ ଓ ଲିଜ ଟ୍ରସଙ୍କ ମଧ୍ୟରେ କଡ଼ା ମୁକାବିଲା ହୋଇଛି । ଫଳାଫଳ ପୂର୍ବରୁ ଆସିଥିବା ସମସ୍ତ ସର୍ଭେରେ ଋଷି ସୁନକଙ୍କଠାରୁ ଲିଜ୍ ଟ୍ରସ୍ ଆଗରେ ଅଛନ୍ତି। ତେବେ ଆଜି ଅପରାହ୍ନରେ ଫଳ ଘୋଷଣା ହେବ| କଞ୍ଜରଭେଟିଭ୍ ପାର୍ଟି ନିଜର ତଥା ଦେଶର ନେତା ବାଛିବା ପାଇଁ ଆଭ୍ୟନ୍ତରୀଣ ନିର୍ବାଚନର ଫଳାଫଳ ଘୋଷଣା କରିବା ନିମନ୍ତେ ସବୁ ପ୍ରସ୍ତୁତି ଶେଷ କରିଛି। ଶୁକ୍ରବାର ଦଳର ପ୍ରାୟ ୧.୬ ଲକ୍ଷ ସଦସ୍ୟଙ୍କଠାରୁ ଭୋଟ ଗ୍ରହଣ ଶେଷ ହୋଇଥିଲା। ବିଦାୟୀ ପ୍ରଧାନମନ୍ତ୍ରୀ ବୋରିସ ଜନସନଙ୍କଠାରୁ କ୍ଷମତା ହସ୍ତାନ୍ତର ଲଣ୍ଡନର ବକିଂହାମ ପ୍ୟାଲେସ ବଦଳରେ ସ୍କଟଲାଣ୍ଡର ବାଲମୋରାଲ କ୍ୟାସଲରେ ଅନୁଷ୍ଠିତ ହେବ।






More Stories
ଅସ୍ତ୍ର ବିରତି ସତ୍ତ୍ବେ ଇସ୍ରାଏଲର ଆକ୍ରମଣ ଜାରି….
ସାରା ରାଜ୍ୟ ଉପରେ ରହିବ ସରକାରଙ୍କ ନଜର….
ଆଜି ଆସାମ,କେରଳ ଓ ପୁଡୁଚେରୀ ନିର୍ବାଚନ…..