Report Card Odisha

| Daily Odia News

ସାଇରସ ମିସ୍ତ୍ରୀଙ୍କ ଶବ ଦାହ କରାଯିବନି କି’ ପୋତାଯିବ ନାହିଁ !…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଟାଟା ସନ୍ସର ପୂର୍ବ ଚେୟାରମ୍ୟାନ୍ ସାଇରସ ମିସ୍ତ୍ରୀଙ୍କର ସଡ଼କ ଦୁର୍ଘଟଣାରେ ଅକାଳ ବିୟୋଗ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୫୪ ବର୍ଷ ବୟସ ହୋଇଥିଲା। ମିଡିଆ ରିପୋର୍ଟ ଅନୂଯାୟୀ ମିସ୍ତ୍ରୀଙ୍କର ଆଜି ଅନ୍ତିମ ସଂସ୍କାର କରାଯିବ । ଅବଶ୍ୟ ଏହାଜଣାପଡ଼ିନାହିଁ ଯେ ସାଇରସ ମିସ୍ତ୍ରୀଙ୍କ ଅନ୍ତିମ ସଂସ୍କାର ପାରସୀ ନିୟମ ଅନୁସାରେ କରାଯିବ କି’ ନାହିଁ । ହିନ୍ଦୁ ଏବଂ ଶିଖ୍ ଧର୍ମରେ ଶବଦାହ କରାଯାଇଥାଏ । ସେହିଭଳି ଇସାଇ ଏବଂ ଇସଲାମ ଧର୍ମରେ ଶବକୁ ପୋତାଯାଇଥାଏ । କିନ୍ତୁ ପାରସୀ ସମୁଦାୟରେ ଶବକୁ ଜଳାଯାଇନଥାଏ କିମ୍ବା ପୋତାଯାଇନଥାଏ । ଏଠାରେ ଟାୱାର ଅଫ୍ ସାଇଲେନ୍ସ ଅନୂଯାୟୀ ଅନ୍ତିମ ସଂସ୍କାର କରାଯାଇଥାଏ । ଏହାକୁ ଦଖମା କିମ୍ବା ଦୋଖମେନାଶିନୀ କୁହାଯାଏ । ଏଥିରେ ଏକ ଖାସ୍ ଗୋଲାକାର ସ୍ଥାନ ରହିଥାଏ, ଯେଉଁଠାରେ ଶବକୁ ରଖାଯାଇଥାଏ । ଯାହାପରେ ଚିଲ, ଶାଗୁଣା ସେବନ କରିଥାନ୍ତି । ଅନ୍ତିମ ସଂସ୍କାରର ଏହି ପରମ୍ପରା ପାର୍ସୀଙ୍କ ଧର୍ମରେ ୩ ହଜାର ବର୍ଷରୁ ଅଧିକ ପୂରୁଣା ।ପାର୍ସୀ ଧର୍ମରେ ଅଗ୍ନି, ପୃଥିବୀ ଏବଂ ଜଳକୁ ବହୁତ ପବିତ୍ର ବୋଲି ବିଶ୍ୱାସ କରାଯାଇଥାଏ । ଏମିତିରେ ଶବକୁ ପାଣିରେ ଭସାଇବା, ଜଳାଇବା କିମ୍ବା ପୋତିବା ଦ୍ୱାରା ଏହି ତିନି ତତ୍ତ୍ୱ ଦୂଷିତ ହୋଇଥାଏ । ଏଥିପାଇଁ ପାର୍ସୀ ଶବକୁ ସୂର୍ଯ୍ୟ କିରଣରେ ରଖାଯାଇଥାଏ । ଯାହାପରେ ଶାଗୁଣା ସେବନ କରିଥାନ୍ତି । କିନ୍ତୁ ଶାଗୁଣାଙ୍କ ସଂଖ୍ୟା କମ୍ ହେଉଥିବାରୁ ଏହି ସମୁଦାୟଙ୍କୁ ଅନ୍ତିମ ସଂସ୍କାର କରିବାରେ ଅସୁବିଧା ହେଉଛି । ଉଲ୍ଲେଖ ଯୋଗ୍ୟ- ରବିବାର ସାଇରସ ମିସ୍ତ୍ରୀ ଅହମ୍ମଦାବାଦରୁ ମୁମ୍ବାଇ ଅଭିମୁଖେ ଯାତ୍ରା କରୁଥିବା ବେଳେ ତାଙ୍କ କାର ଡିଭାଇଡରକୁ ଧକ୍କା ଦେଇଥିଲା। କାରରେ ଚାରି ଜଣ ଲୋକ ଥିଲେ। ମିସ୍ତ୍ରୀଙ୍କ ସମେତ ଦୁଇ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଦୁଇଜଣଙ୍କୁ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଥିଲା। କାରକୁ ମୁମ୍ବାଇର ଜଣେ ମହିଳା ଡାକ୍ତର ଚଳାଉଥିବା ସୂଚନା ମିଳିଛି |

 

 

 

Breaking News