ରିପୋର୍ଟ କାର୍ଡ / ପାଟନା
ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କୁ ଗୋ-ଖାଦ୍ୟ ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ କରି ଜେଲଦଣ୍ଡ ଦେଇଥିବା ବିଚାରପତି ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି | ପୂର୍ବତନ ସ୍ୱତନ୍ତ୍ର ସିବିଆଇ ଜଜ ଶିବ ପାଲ ସିଂହ ୫୯ ବର୍ଷରେ ଦ୍ୱିତୀୟ ବିବାହ କରିଛନ୍ତି ବିଜେପି ନେତ୍ରୀ ନୂତନ ତିୱାରୀଙ୍କୁ | ସେ ଏବେ ଗୋଡ୍ଡା କୋର୍ଟରେ ଓକିଲାତି କରୁଛନ୍ତି । ଗୋଡ୍ଡା କୋର୍ଟରେ ବର୍ତ୍ତମାନ ଶିବ ପାଲ ସିଂହ ବିଚାରପତି ଭାବେ ଦାୟିତ୍ୱ ସଂପାଦନ କରୁଥିବା ସୂଚନା ମିଳିଛି । ଶ୍ରୀ ସିଂହଙ୍କ ପ୍ରଥମ ପତ୍ନୀ ୨୦୦୬ରେ ପ୍ରାଣ ହରାଇଥିଲେ। ସେହିପରି ୫୦ ବର୍ଷୀୟ ବିଜେପି ନେତ୍ରୀ ନୂତନ କିଛି ବର୍ଷ ତଳେ ଗୋଟିଏ ସଡ଼କ ଦୁର୍ଘଟଣାରେ ତାଙ୍କ ସ୍ୱାମୀଙ୍କୁ ହରାଇଥିଲେ। ସେ କିଛି ଦିନ ତଳେ ଡୁମକା ଜିଲ୍ଲାରେ ଥିବା ବାସୁକିନାଥ ମନ୍ଦିରରେ ନୂତନଙ୍କୁ ବିବାହ କରିଛନ୍ତି। ଉତ୍ତର ପ୍ରଦେଶର ମୂଳବାସିନ୍ଦା ଶ୍ରୀ ସିଂହ ଝାରଖଣ୍ଡ ଜୁଡିସିଆଲ ସର୍ଭିସରୁ ୨୦୨୩ ମସିହା ମାର୍ଚ୍ଚ ୩୧ରେ ଅବସର ଗ୍ରହଣ କରିବେ।






More Stories
ହଟିବନି ଟେଲିଗ୍ରାମ ବ୍ୟାନ…..
ପୁନର୍ବାର ସୀମା ପୁନଃନିର୍ଦ୍ଧାରଣ ବିଲ୍ ଆଗତ ଲକ୍ଷ୍ୟରେ ବିଜେପି……
ରାଜ୍ୟରେ ଶିକ୍ଷା ବ୍ୟବସ୍ଥାର ବଡ ତ୍ରୁଟି; ବହିରେ ୧୬୭୮ଟି ଭୁଲ ଚିହ୍ନଟ…..