ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆଜିକାଲି ଯୁବପିଢିଙ୍କୁ ସୋସିଆଲ ମିଡିଆ ବାୟାକରିଛି | ସୋସିଆଲ ମିଡିଆ ପ୍ଲାଟ ଫର୍ମରେ ଫେମସ ହେବା ପାଇଁ କିଛିବି କରିପାରନ୍ତି | ଏମିତିକି ନିଜ ଜୀବନକୁ ବାଜିଲଗେଇ ଦେଇ ପାରନ୍ତି | ଏଭଳି ଏକ ଘଟଣା ସାମଜିକ ସୋସିଆଲ ମିଡିଆରେ ଭାଇରଲ ହେଉଛି | ଘଟଣାଟି ଘଟିଛି ତେଲେଙ୍ଗାନାର କାଯିପେଟ ରେଳ ଟ୍ରାକରେ । ଜଣେ ୧୭ ବର୍ଷୀୟ ଯୁବକ ରେଳ ଟ୍ରାକରେ ମୋବାଇଲ୍ ଭିଡିଓ କରୁଥିଲେ,ଏହି ସମୟରେ ଯାତ୍ରୀବାହୀ ଟ୍ରେନର ଇଂଜିନ ଧକ୍କା ଦେଇଥିଲା | ସୌଭାଗ୍ୟବଶତଃ ସେ ବାହର ପଟକୁ ଛିଟିକି ପଡିଥିଲେ । ତାଙ୍କ ମୁଣ୍ଡ ଗୋଡ ଏବଂ ହାତରେ ଗଭୀର ଆଘାତ ଲାଗିଥିଲା । ସେଠାରେ କାମ କରୁଥିବା ରେଳ ବିଭାଗର କିଛି କର୍ମଚାରୀ ତାଙ୍କୁ ଉଦ୍ଧାର କରି ତୁରନ୍ତ ନିକଟସ୍ଥ ଏକ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ସେଠାରେ ତାଙ୍କର ଚିକିତ୍ସା ଚାଲିଛି । ଏବେ ତାଙ୍କର ସ୍ୱାସ୍ଥ୍ୟବସ୍ଥାରେ ସୁଧାର ଆସିଥିବା ସୂଚନା ମିଳିଛି ।






More Stories
NEET-UG ପ୍ୟାଟର୍ଣ୍ଣରେ ହେବ ବଡ଼ ପରିବର୍ତ୍ତନ…..
ପୁଣି ଆନ୍ଦୋଳନକୁ ଓହ୍ଲାଇବ CJP…..
ସୁପ୍ରିମକୋର୍ଟ ବିଚାରପତି ସଂଖ୍ୟା ବୃଦ୍ଧି ବିଲ୍ ଗୃହୀତ…..