ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆଜିକାଲି ଯୁବପିଢିଙ୍କୁ ସୋସିଆଲ ମିଡିଆ ବାୟାକରିଛି | ସୋସିଆଲ ମିଡିଆ ପ୍ଲାଟ ଫର୍ମରେ ଫେମସ ହେବା ପାଇଁ କିଛିବି କରିପାରନ୍ତି | ଏମିତିକି ନିଜ ଜୀବନକୁ ବାଜିଲଗେଇ ଦେଇ ପାରନ୍ତି | ଏଭଳି ଏକ ଘଟଣା ସାମଜିକ ସୋସିଆଲ ମିଡିଆରେ ଭାଇରଲ ହେଉଛି | ଘଟଣାଟି ଘଟିଛି ତେଲେଙ୍ଗାନାର କାଯିପେଟ ରେଳ ଟ୍ରାକରେ । ଜଣେ ୧୭ ବର୍ଷୀୟ ଯୁବକ ରେଳ ଟ୍ରାକରେ ମୋବାଇଲ୍ ଭିଡିଓ କରୁଥିଲେ,ଏହି ସମୟରେ ଯାତ୍ରୀବାହୀ ଟ୍ରେନର ଇଂଜିନ ଧକ୍କା ଦେଇଥିଲା | ସୌଭାଗ୍ୟବଶତଃ ସେ ବାହର ପଟକୁ ଛିଟିକି ପଡିଥିଲେ । ତାଙ୍କ ମୁଣ୍ଡ ଗୋଡ ଏବଂ ହାତରେ ଗଭୀର ଆଘାତ ଲାଗିଥିଲା । ସେଠାରେ କାମ କରୁଥିବା ରେଳ ବିଭାଗର କିଛି କର୍ମଚାରୀ ତାଙ୍କୁ ଉଦ୍ଧାର କରି ତୁରନ୍ତ ନିକଟସ୍ଥ ଏକ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ସେଠାରେ ତାଙ୍କର ଚିକିତ୍ସା ଚାଲିଛି । ଏବେ ତାଙ୍କର ସ୍ୱାସ୍ଥ୍ୟବସ୍ଥାରେ ସୁଧାର ଆସିଥିବା ସୂଚନା ମିଳିଛି ।






More Stories
ଅନିଲଙ୍କ ସମ୍ପତ୍ତି ବାଜ୍ୟାପ୍ତ କଲା ED, ରହିଛି ଭୁବନେଶ୍ୱର ଲିଙ୍କ୍…..
ତୁରନ୍ତ ରୋକନ୍ତୁ ଏସଆଇଆର୍…..
ଶପଥ ସମାରୋହରେ ଗାମୁଛା ଉଡ଼ାଇଲେ ମୋଦି…..