ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଏଣିକି ଗାଡି ପଛରେ ବସିଲେ ସିଟ ବେଲ୍ଟ ବାନ୍ଧିବା ବାଧ୍ୟତା ମୂଳକ | ବେଲ୍ଟ ବାନ୍ଧି ନଥିଲେ ଯାତ୍ରୀଙ୍କୁ ଜରିମାନା ଦେବାକୁ ହେବ। ଖୁବଶୀଘ୍ର ଏହି ନିୟମ ମାନୁନଥିବା ଯାତ୍ରୀଙ୍କ ଠାରୁ ଫାଇନ ଆଦାୟ କରାଯିବ | ଏହି ବିଜ୍ଞପ୍ତି ଆସନ୍ତା ୩ ଦିନ ମଧ୍ୟରେ ଜାରି ହେବ। ଏନେଇ କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ବିଭାଗ ମନ୍ତ୍ରୀ ନୀତୀନ ଗଡ଼କରୀ ସୂଚନା ଦେଇଛନ୍ତି। କେନ୍ଦ୍ରମନ୍ତ୍ରୀ ଏହା ମଧ୍ୟ କହିଛନ୍ତି ଯେ ଭାରତରେ ସଡ଼କ ଦୁର୍ଘଟଣାରେ ମୃତ୍ୟୁବରଣ କରୁଥିବା ଲୋକଙ୍କ ମଧ୍ୟରୁ ଅଧିକ ଲୋକଙ୍କ ବୟସ ୧୮ରୁ ୩୪ ବର୍ଷ ମଧ୍ୟରେ। ପଛ ସିଟରେ ବସିଥିବା ଯାତ୍ରୀଙ୍କ ପାଇଁ ସିଟ ବେଲ୍ଟ ପିନ୍ଧିବା ନିୟମ ଥିବା ବେଳେ କେହି ଏହା ମାନୁନାହାନ୍ତି | ଡ୍ରାଇଭିଂ ସିଟରେ ହେଉ କି ପଛ ସିଟରେ ସମସ୍ତେ ସିଟ ବେଲ୍ଟ ପିନ୍ଧିବେ । ନିକଟରେ ଦୁର୍ଘଟଣାରେ ସାଇରସ ମିସ୍ତ୍ରୀଙ୍କ ମୃତ୍ୟୁ ପରେ ଏହାକୁ ନେଇ ଦେଶରେ ବଡ଼ ଧରଣର ତର୍ଜମା କରାଯାଇଛି | କେନ୍ଦ୍ର କ୍ୟାବିନେଟର ନୂଆ ନିଷ୍ପତ୍ତି ଅନୁଯାୟୀ, ଏଣିକି ପଛ ସିଟରେ ବସୁଥିବା ଯାତ୍ରୀ ଯଦି ସିଟ୍ ବେଲ୍ଟ ନ ପିନ୍ଧିବେ ତେବେ ତାଙ୍କଠାରୁ ଚାଲାଣ କଟାଯିବ । ପଛ ସିଟରେ ବସୁଥିବା ଯାତ୍ରୀ ବେଲ୍ଟ ଲଗାଇବା ପାଇଁ କ୍ଲିପ ବ୍ୟବସ୍ଥା କରାଯିବ । ଡ୍ରାଇଭର ସିଟ୍ରେ ବସି ସିଟବେଲ୍ଟ ବାନ୍ଧି ନଥିଲେ ଯେପରି ଆଲାର୍ମ ବାଜୁଛି ପଛ ସିଟ୍ ପାଇଁ ମଧ୍ୟ ସେଭଳି ବ୍ୟବସ୍ଥା କରାଯିବ। ତେଣୁ ଆଗାମୀ ଦିନରେ କାର୍ କିମ୍ବା ଏସୟୁଭିରେ ବସିଥିବା ସବୁଯାତ୍ରୀ ସିଟ୍ବେଲ୍ଟ ବାନ୍ଧି ନଥିଲେ ଜରିନାମା ଦେବେ। ଗାଡ଼ିର ଶବ୍ଦ ପ୍ରଦୂଷଣ କମାଇବା ପାଇଁ ହର୍ଣ୍ଣ ବଦଳରେ ଭାରତୀୟ ବାଦ୍ୟଯନ୍ତ୍ରର ଶବ୍ଦ ଲଗାଇବା ବ୍ୟବସ୍ଥା ପାଇଁ ଦେଇଛନ୍ତି |






More Stories
ଅନିଲଙ୍କ ସମ୍ପତ୍ତି ବାଜ୍ୟାପ୍ତ କଲା ED, ରହିଛି ଭୁବନେଶ୍ୱର ଲିଙ୍କ୍…..
ତୁରନ୍ତ ରୋକନ୍ତୁ ଏସଆଇଆର୍…..
ଶପଥ ସମାରୋହରେ ଗାମୁଛା ଉଡ଼ାଇଲେ ମୋଦି…..