ରିପୋର୍ଟ କାର୍ଡ / କଟକ
ମୟୂରଭଞ୍ଜ ଫାଦର ଅରୁଲ ଦାସ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଦାରା ସିଂର ଜାମିନ୍ ଆବେଦନ ଖାରଜ ହୋଇଛି। ଆଜି ଓଡିଶା ହାଇକୋର୍ଟ ଆବେଦନକୁ ଖାରଜ କରିଛନ୍ତି | ଜେଲରୁ ମୁକୁଳିବା ପରେ ଦାରା ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲା । ଜାମିନରେ ଥିବା ଅନ୍ୟ ଅଭିଯୁକ୍ତମାନଙ୍କୁ ଆସନ୍ତା ୨୩ ତାରିଖ ସୁଦ୍ଧା ଆତ୍ମସମର୍ପଣ ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଉଲ୍ଲେଖ ଯୋଗ୍ୟ- ୧୯୯୯ ମସିହା ସେପ୍ଟେମ୍ବର ମାସରେ ଅରୁଲ ଦାସଙ୍କୁ ହତ୍ୟା କରାଯାଇଥିଲା । ୨୦୦୭ ମସିହାରେ ତଳକୋର୍ଟ ଦାରାକୁ ଆଜୀବନ ଜେଲ ଦଣ୍ଡାଦେଶ ନିର୍ଦ୍ଦେଶ ଦେଇଥିଲେ । ଜାମିନରେ ଥିବା ଅନ୍ୟ ରାଜକିଶୋର ମହନ୍ତ, ଯଦୁନାଥ ମହନ୍ତ ଓ ଚେମା ହୋକୁ ଆସନ୍ତା ୨୩ ତାରିଖ ସୁଦ୍ଧା ତଳ କୋର୍ଟରେ ହାଜର ହେବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିବା ସୂଚନା ମିଳିଛି ।






More Stories
ବିହାର ନୂଆ ମୁଖ୍ୟମନ୍ତ୍ରୀ ହେଲେ ସମ୍ରାଟ ଚୌଧୁରୀ…..
ଏକାଠି ଲଢ଼ିପାରନ୍ତି ବିଜେଡି-କଂଗ୍ରେସ……
ବ୍ୟବସ୍ଥିତ ଢ଼ଙ୍ଗରେ ଗଣତି…..