ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ସୋସିଆଲ ମିଡିଆର ପ୍ରଭାବଶାଳୀ ବ୍ୟକ୍ତିମାନଙ୍କ ଲାଗି ଗାଇଡ୍ଲାଇନ୍ ଜାରି ହେବ | ଆସନ୍ତା ୧୫ ଦିନ ଭିତରେ ସରକାର ଗାଇଡ୍ଲାଇନ୍ ଲାଗୁକରିବେ | ସେମାନେ ପ୍ରଚାର କରୁଥିବା ଉତ୍ପାଦ ସହ କ’ଣ ସମ୍ପର୍କ ରହିଛି ତାହା ତାଙ୍କୁ ଘୋଷଣା କରିବାକୁ ପଡ଼ିବ। ଉପଭୋକ୍ତା ବ୍ୟାପାର ବିଭାଗ ସେହି ଗାଇଡ୍ଲାଇନ ପ୍ରସ୍ତୁତ କରୁଛି। ସେଥିରେ ସୋସିଆଲ ମିଡିଆ ପ୍ରଭାବଶାଳୀ ବ୍ୟକ୍ତିମାନେ କ’ଣ କରିବେ ଓ କ’ଣ ନକରିବେ ତାହା ସ୍ପଷ୍ଟ ଭାବେ ଉଲ୍ଲେଖ କରାଯିବ। ସରକାରଙ୍କ ପାଖରେ ଖବର ରହିଛି ଯେ ଇନଷ୍ଟାଗ୍ରାମ୍ ଭଳି ସୋସିଆଲ ମିଡିଆରେ ଅଧିକ ଅନୁଗାମୀ ଥିବା ଲୋକମାନେ କଂପାନିଗୁଡ଼ିକଠାରୁ ଟଙ୍କା ନେଇ ପ୍ରତିବଦଳରେ ସେମାନଙ୍କ ଉତ୍ପାଦର ପ୍ରଚାର କରୁଛନ୍ତି। ସେହିପରି, ଇ-କମର୍ସ ସାଇଟ୍ର ନକଲି ରିଭ୍ୟୁ ଉପରେ ଅଙ୍କୁଶ ଲଗାଇବା ପାଇଁ ମଧ୍ୟ ବିଭାଗ ଏକ ବ୍ୟବସ୍ଥା ବିକଶିତ କରିଛି ଯାହା ଖୁବ୍ଶୀଘ୍ର ଜାରି କରାଯିବ। ନକଲି ରିଭ୍ୟୁ ଗ୍ରାହକମାନଙ୍କୁ ବିଭ୍ରାନ୍ତ କରୁଛି ଓ ସେମାନେ କିଣାକିଣି ବେଳେ ଭୁଲ ନିଷ୍ପତ୍ତି ନେଉଛନ୍ତି। ଏହି ସମସ୍ୟା ଉପରେ ସରକାର ଅଙ୍କୁଶ ଲଗାଇବାକୁ ଚାହୁଛନ୍ତି।
More Stories
ନେତାନ୍ୟାହୁ ଙ୍କ ବିରୋଧରେ ଗିରଫ ପରୱାନା ଜାରି…..
କେନିଆରେ ରଦ୍ଦ ହେଲା ଆଦାନୀ ପ୍ରକଳ୍ପ…..
ଯୁକ୍ତ ୨ ରେ ୧୦୦ ରୁ ୨୪ ରଖିଲେ ପାସ୍….