ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆଜି ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କର ବିଶାଳ ପ୍ରତିମୂର୍ତ୍ତି ନୂଆଦିଲ୍ଲୀ ସ୍ଥିତ ‘ଇଣ୍ଡିଆ ଗେଟ୍’ରେ ସ୍ଥାପନ କରାଯିବ। ଏଥିପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ବଡ଼ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି | ବିଭିନ୍ନ ରାଜ୍ୟର ବଡ଼ ବଡ଼ ନେତା ଓ ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ ହୋଇଛି । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ମଧ୍ୟ ଏହି କାର୍ଯ୍ୟକ୍ରମ ପାଇଁ ନିମନ୍ତ୍ରଣ କରାଯାଇଥିବା ବେଳେ ସେ ଯୋଗ ଦେବେ ନାହିଁ ବୋଲି ସଫା ସଫା ମନା କରିଦେଇଛନ୍ତି। ମମତା ବାନାର୍ଜୀଙ୍କୁ ଜଣେ ଉପସଚିବ ନିମନ୍ତ୍ରଣ ପଠାଇଥିବାରୁ ସେ ବିରକ୍ତି ପ୍ରକାଶ କରିବା ସହ କାର୍ଯ୍ୟକ୍ରମରେ ଯୋଗ ଦେବେ ନାହିଁ ବୋଲି କହିଛନ୍ତି। କୋଲକାତାରେ ଏକ ରାଲିରେ ଯୋଗ ଦେଇ ସେ କହିଛନ୍ତି ଯେ, ଗତକାଲି ମୁଁ ଜଣେ ଉପସଚିବଙ୍କଠାରୁ ଏକ ଚିଠି ପାଇଲି ଯେ ପ୍ରଧାନମନ୍ତ୍ରୀ ଗୁରୁବାର ସନ୍ଧ୍ୟା ୭ଟାରେ ନେତାଜୀଙ୍କ ପ୍ରତିମୂର୍ତ୍ତିକୁ ଉଦଘାଟନ କରିବେ ଏବଂ ଆପଣ ସେଠାରେ ସନ୍ଧ୍ୟା ୬ଟାରେ ନିଶ୍ଚୟ ଉପସ୍ଥିତ ରହିବେ। ସତେ ଯେପରି ମୁଁ ସେମାନଙ୍କର ଚାକର। ଜଣେ ଉପସଚିବ ଜଣେ ମୁଖ୍ୟମନ୍ତ୍ରୀଙ୍କୁ କିପରି ଏଭଳି ନିମନ୍ତ୍ରଣ ପତ୍ର ପଠାଇପାରିବ | ସଂସ୍କୃତି ମନ୍ତ୍ରୀ କ’ଣ ଏତେ ବଡ ହୋଇଗଲେ| ସେଥିପାଇଁ ମୁଁ ଆଜି ଅପରାହ୍ନରେ ମୋ ରାଜ୍ୟରେ ରହି ନେତାଜୀଙ୍କ ପ୍ରତିମୂର୍ତ୍ତିରେ ଫୁଲ ମାଳ ପକାଇଥିଲି।






More Stories
ହଟିବନି ଟେଲିଗ୍ରାମ ବ୍ୟାନ…..
ପୁନର୍ବାର ସୀମା ପୁନଃନିର୍ଦ୍ଧାରଣ ବିଲ୍ ଆଗତ ଲକ୍ଷ୍ୟରେ ବିଜେପି……
ରାଜ୍ୟରେ ଶିକ୍ଷା ବ୍ୟବସ୍ଥାର ବଡ ତ୍ରୁଟି; ବହିରେ ୧୬୭୮ଟି ଭୁଲ ଚିହ୍ନଟ…..