ରିପୋର୍ଟ କାର୍ଡ / କୋଣାର୍କ
ବିଶ୍ୱପ୍ରସିଦ୍ଧ ସୂର୍ଯ୍ୟ ମନ୍ଦିର ହେବ ବାଲୁକା ମୁକ୍ତ । ସୂର୍ଯ୍ୟମନ୍ଦିର ଗର୍ଭଗୃହ ଭିତରୁ କଢାଯିବ ବାଲି । ଖୋଲିବ ଗତ ୧୨୦ ବର୍ଷ ତଳର ରହସ୍ୟ। ଏ ନେଇ ପ୍ରତ୍ନତତ୍ତ୍ବ ବିଭାଗ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ବାଲି କାଢ଼ିବା ପୂର୍ବରୁ ଭାଦ୍ରବ ମାସ ଗୁରୁବାରରେ ସୂର୍ଯ୍ୟମନ୍ଦିର ପରିସରରେ ପ୍ରତ୍ନତତ୍ତ୍ବ ବିଭାଗ ପକ୍ଷରୁ ପୂଜାର୍ଚ୍ଚନା କରାଯାଇଛିଥିଲା। ପ୍ରାଥମିକ ପର୍ଯ୍ୟାୟରେ ସୂର୍ଯ୍ୟମନ୍ଦିରର ପଶ୍ଚିମପାର୍ଶ୍ବ ଦ୍ବାରରୁ ପ୍ରବେଶ ପଥ ତିଆରି କରି ଗର୍ଭଗୃହକୁ ପଶିବାକୁ ପ୍ରତ୍ନତତ୍ତ୍ବ ବିଭାଗ ଯୋଜନା କରିଛି। ୧୯୦୩ ମସିହାରେ ବ୍ରିଟିଶ ସରକାର ଏହାର ଗର୍ଭଗୃହରେ ବାଲି ଭର୍ତ୍ତି କରି ତିନି ପ୍ରବେଶ ଦ୍ବାରକୁ ବନ୍ଦ କରି ଦେଇଥିଲେ। ୨୦୧୯ ମସିହାରେ ହାଇକୋର୍ଟ ଗର୍ଭଗୃହରୁ ବାଲି କାଢ଼ିବାକୁ ଆଦେଶ ଦେବା ପରେ ପ୍ରତ୍ନତତ୍ତ୍ବ ବିଭାଗ ବାଲି କାଢ଼ିବା ପାଇଁ ଆଜିଠାରୁ ପ୍ରସ୍ତୁତି ଆରମ୍ଭ କରିଛି। ଏ ସମ୍ପର୍କରେ ପ୍ରତ୍ନତତ୍ତ୍ବ ବିଭାଗ ଅଧୀକ୍ଷକ ଅରୁଣ ମଲ୍ଲିକ କହିଛନ୍ତି, ବହୁଦିନ ଧରି ୟୁନେସ୍କୋ ଓ ଅନ୍ୟ ଅନୁଷ୍ଠାନ ସହ ମିଶି ଆମେ ସୂର୍ଯ୍ୟମନ୍ଦିର ଓ ଏହାର ଗର୍ଭଗୃହ ଅନୁଧ୍ୟାନ କରୁଥିଲୁ। ବାଲି କାଢ଼ିବା ପାଇଁ ହାଇକୋର୍ଟଙ୍କ ଆଦେଶ ପରେ ଆଇଆଇଟି ମାଡ୍ରାସ ସହ ପ୍ରତ୍ନତତ୍ତ୍ବ ବିଭାଗ ଓ ଅନ୍ୟ ଅଧିକାରୀଙ୍କୁ ମିଶାଇ ଗଠିତ କମିଟି ପକ୍ଷରୁ ବୈଷୟିକ ଅନୁଧ୍ୟାନ ଶେଷପରେ ବାଲି କାଢ଼ିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି।






More Stories
ଗଡ଼ିବ ୨୫୦ ନୂଆ ୧୦୮ ଆମ୍ବୁଲାନ୍ସ…..
୧୨ରେ ପାଚିକା-ସହାୟିକାଙ୍କ ଧର୍ମଘଟ…..
ଗଡ଼ିବ ୬୨ ସ୍ବତନ୍ତ୍ର ଟ୍ରେନ୍…..