ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଟ୍ୟୁନିସିଆରେ ପ୍ରବାସୀମାନଙ୍କୁ ନେଇ ଯାଉଥିବା ଏକ ନୌକା ବୁଡ଼ି ୧୧ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଏହି ଦୋର୍ଘଟଣାରେ ମୃତ୍ୟୁସଂଖ୍ୟା ବୃଦ୍ଧି ପାଇବା ଆଶଙ୍କା କରାଯାଉଛି। ନୌକାଟି ଟ୍ୟୁନିସିଆର ସ୍କ୍ୱ୍ୱାସ୍ ଅଞ୍ଚଳରୁ ଇଟାଲିକୁ ଯାତ୍ରା କରୁଥିଲା। ଭୂମଧ୍ୟସାଗର ପାରି ହେଉଥିବା ବେଳେ ନୌକାଟି ବୁଡ଼ିଯାଇଥିବା ମେଡିଆ ରିପଟରୁ ସୂଚନା ମିଳୁଛି । ତଟରକ୍ଷୀ ବାହିନୀ ଏବଂ ନୌସେନା ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଇତିମଧ୍ୟରେ ୧୧ଟି ମୃତଦେହ ଉଦ୍ଧାର କରାଯାଇଛି। ସେହି ନୌକାରେ ଆବଶ୍ୟକତାଠାରୁ ଅଧିକ ଯାତ୍ରୀ ଯାତ୍ରା କରୁଥିଲେ। ନୌକାରେ ଥିବା ୩୭ ଜଣଙ୍କ ମଧ୍ୟରୁ ୧୪ ଜଣଙ୍କୁ ତଟରକ୍ଷୀ ବାହିନୀ ଉଦ୍ଧାର କରିଥିବା ବେଳେ ୧୨ ଜଣ ନିଖୋଜ ଥିବା ଜଣାପଡ଼ିଛି।






More Stories
୮୫୦କୁ ବୃଦ୍ଧି ପାଇବ ଲୋକସଭା ଆସନ…..
ବିହାର ନୂଆ ମୁଖ୍ୟମନ୍ତ୍ରୀ ହେଲେ ସମ୍ରାଟ ଚୌଧୁରୀ…..
ରାଷ୍ଟ୍ର ନିର୍ମାଣରେ ବାବା ସାହେବଙ୍କ ଉଦ୍ୟମ ପ୍ରେରଣାଦାୟକ….