Report Card Odisha

| Daily Odia News

ଟ୍ରଲର-ବସ୍‍ ଧକ୍କା ,୭ ମୃତ,୩ ଗୁରୁତର…..

ରିପୋର୍ଟ କାର୍ଡ / ଛତିଶଗଡ

ଟ୍ରଲର-ବସ୍‍ ଧକ୍କା ହୋଇ ୭ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩ ଗୁରୁତର ହୋଇଛି | ଏଭଳି ମର୍ମନ୍ତୁଦ ସଡକ ଦୋର୍ଘଟଣା ଘଟିଛି ଛତିଶଗଡ କୋରବା ଜିଲ୍ଲା ମଡଇ ଘାଟ ନିକଟରେ | ଆହତଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। କୋରବାର ପୋଲିସ ଅଧିକାରୀଙ୍କ ସୂଚନା ଅନୁସାରେ , ଏହି ଦୁର୍ଘଟଣା ବାଙ୍ଗୋ ଥାନା ଅନ୍ତର୍ଗତ ମଡଇ ଘାଟ ନିକଟରେ ହୋଇଛି। ଉକ୍ତ ବସ୍‍ଟି ରାୟପୁର ରୁ ସରଗୁନା ଜିଲ୍ଲା ରୁ ଆସିଥିଲା। ବସ ବିପରୀତ ଦିଗରୁ ଆସୁଥିବା କାର ସହ ଧକ୍କା ହେବାରୁ ରାସ୍ତାରେ ଠିଆ ହୋଇଥିବା ଟ୍ରଲର ସହ ଧକ୍କା ହୋଇଥିଲା। ଘଟଣା ସ୍ଥଳରେ ୭ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩ ଆହତଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ବସ ଚାଳକଙ୍କୁ ଗିରଫ କରାଯାଇଥିବା ନେଇ ସୂଚନା ମିଳିଛି।

 

Breaking News