Report Card Odisha

| Daily Odia News

ଆଉ ଚଲାଇ ପାରିବେନି ପୁରୁଣା ଗାଡି…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଓଡ଼ିଶା ରାସ୍ତାରେ ଆଉ ଚାଲିବନି ୧୫ ରୁ ୨୦ ବର୍ଷର ପୁରୁଣା ଗାଡି । ଏନେଇ ରାଜ୍ୟ ସରକାର ଖୁବ୍ ଶୀଘ୍ର କେନ୍ଦ୍ର ସରକାରଙ୍କ ଭେହିକିଲ ସ୍କ୍ରାପେଜ୍ ପଲିସି କାର୍ଯ୍ୟକାରୀ କରିବାକୁ ଯାଉଛନ୍ତି | ଏନେଇ ପରିବହନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଏହି ନୀତି ଅନୁସାରେ ୧୫ ବର୍ଷରୁ ଅଧିକ ସମସ୍ତ ପୁରୁଣା ବାଣିଜ୍ୟିକ ଓ ୨୦ ବର୍ଷରୁ ଅଧିକ ଘରୋଇ ଯାନକୁ ବାଦ୍ ଦିଆଯିବ । ଏହି ଯାନଗୁଡ଼ିକ ରାସ୍ତାରେ ଆଉ ଚଳାଚଳ କରିବା ପାଇଁ ଅନୁମତି ଦିଆଯିବ ନାହିଁ । ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କ ଏହି ନୀତିକୁ କାର୍ଯ୍ୟକାରୀ କରିବା ପାଇଁ ତର୍ଜମା କରିଆସୁଥିଲେ । ତେବେ ଏବେ ପୁରୁଣା ଗାଡ଼ି କିଣିବା ଲାଗି ପରିବହନ ବିଭାଗ ଆଗାମୀ ‘ମେକ୍ ଇନ୍ଓ ଡ଼ିଶା କନ୍କ୍ଲେଭ୍’ରେ ଏକ ସଂସ୍ଥା ସହ ଚୁକ୍ତିନାମା ସ୍ୱାକ୍ଷରିତ କରିବ ବୋଲି ସୂଚନା ଦିଆଯାଇଛି । ସୂଚନା ମୁତାବକ, ପୁରୁଣା ଗାଡ଼ିମାଲିକମାନେ ନିଜ ଗାଡ଼ିକୁ ସ୍କ୍ରାପ୍ ଦରରେ ବିକ୍ରି କଲେ ସେମାନଙ୍କୁ ଧାର୍ଯ୍ୟ ମୂଲ୍ୟ ପ୍ରଦାନ କରାଯିବ ବୋଲି ପରିବହନ ବିଭାଗ ପକ୍ଷରୁ କୁହାଯାଇଛି । ପୁରୁଣାଗାଡ଼ିର ମୂଲ୍ୟ ସେହି ଗାଡ଼ିର ଏକ୍ସ ସୋ’ରୁମ୍ ମୂଲ୍ୟର ୬ ପ୍ରତିଶତ ରହିବ ।

 

Breaking News