ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ସିକନ୍ଦରାବାଦର ମୋଣ୍ଡା ମାର୍କେଟ୍ ଅଞ୍ଚଳରେ ଗୋଟାଏ ଇଲେକ୍ଟ୍ରିକ୍ ସ୍କୁଟର୍ ସୋ’ରୁମ୍ରେ ଅଗ୍ନିକାଣ୍ଡ ଘଟି ୮ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୩ ଜଣ ଆହତ ହୋଇଛନ୍ତି | ମୃତକଙ୍କ ମଧ୍ୟରେ ୨ଜଣ ମହିଳାଙ୍କ ସମେ ୮ଜଣଙ୍କର ମୃତ୍ୟୁ ଘଟିଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି | ମିଳିଥିବା ସୂଚନା ଅନୁସାରେ- ସିକନ୍ଦରାବାଦସ୍ଥିତ ‘ପାସ୍ପୋର୍ଟ ଅଫିସ୍’ ପାଖରେ ଥିବା ‘ରୁବି ଇଲେକ୍ଟ୍ରିକାଲ୍ ସ୍କୁଟର୍ ସୋ’ରୁମ୍’ରେ ଗତରାତି ପ୍ରାୟ ୧୦ଟା ବେଳେ ନିଆଁ ଲାଗିଯିବାରୁ ୪ ତାଲାବିଶିଷ୍ଟ ଉକ୍ତ ଅଟ୍ଟାଳିକାରେ ଥିବା ଲଜ୍ ଓ ରେସ୍ତୋରାଁକୁ ନିଆଁ ବ୍ୟାପି ଯାଇଥିଲା। ସ୍କୁଟର୍ ସୋ’ରୁମ୍ରୁ ନିଆଁ ଓ ଧୂଆଁ ଦେଖି ରେଷ୍ଟୁରଣ୍ଟ ର କର୍ମଚାରୀମାନେ ଅଗ୍ନିଶମ ବିଭାଗକୁ ସୂଚନା ଦେବା ପରେ ସେମାନେ ଆସି ନିଆଁ ଲିଭାଇଥିଲେ। ପୋଲିସ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ଥିଲା। ଅଗ୍ନିଶମ ବାହିନୀ ପହଂଚି ନିଆଁକୁ ଆୟତ୍ତ କରିବା ସହିତ ଫସି ରହିଥିବା ଲୋକଙ୍କୁ ଉଦ୍ଧାର କରିଥିଲା | ପୋଲିସ କହିବା ଅନୁସାରେ, ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ, ତଳତାଲାରେ ସ୍କୁଟର୍ ସବୁ ଚାର୍ଜରେ ବସିଥିଲା। ସେଥିରୁ ସର୍ଟସର୍କିଟ୍ ଘଟି ନିଆଁ ଲାଗିଯାଇଥାଇ ପାରେ।






More Stories
ମଧ୍ୟପ୍ରଦେଶର ଆଗର ମାଲୱା ଦୁର୍ଘଟଣା;ସହାୟତା ରାଶି ଘୋଷଣା କଲେ ପ୍ରଧାନମନ୍ତ୍ରୀ…..
ଆଜିଠୁ ଏସୀୟ କ୍ରୀଡ଼ା ମହାକୁମ୍ଭ…..
ପାକିସ୍ତାନରେ ବିସ୍ଫୋରଣ;୧୫ ମୃତ…..