Report Card Odisha

| Daily Odia News

କୋଲକାତାରେ ବିଜେପିର ବିଶାଳ ରାଲି, ପୋଲିସ-ବିଜେପି କର୍ମୀ ମୁହାଁ ମୁହିଁ…..

ରିପୋର୍ଟ କାର୍ଡ / କୋଲକାତା

‘ଟିଏମ୍‌ସି’ ବିରୋଧୀ ପ୍ରତିବାଦ କୁ ଓଲ୍ଲାଇଛି ବିଜେପି | ଆଜି ‘ବିଜେପି’ ‘ନବାନ୍ନ ଅଭିଯାନ’ରେ ଯୋଗ ଦେବା ପାଇଁ ଯାଉଥିବା ବେଳେ ପଶ୍ଚିମ ବର୍ଦ୍ଧମାନ ଜିଲ୍ଲାସ୍ଥିତ ପାନଗଡ଼ ରେଳ ଷ୍ଟେସନ୍‌ରେ ପ୍ରାୟ ୪ଜଣ ‘ବିଜେପି’ କର୍ମୀ ଗିରଫ ହୋଇଛନ୍ତି। ତୃଣମୂଳ କଂଗ୍ରେସ ସରକାର ଦୁର୍ନୀତି କରୁଥିବା ଅଭିଯୋଗ କରି ପଶ୍ଚିମବଙ୍ଗ ‘ବିଜେପି’ ଉକ୍ତ ପ୍ରତିବାଦ ପଦଯାତ୍ରା ଆରମ୍ଭ କରିଛି। ପଦଯାତ୍ରାରେ ଯୋଗ ଦେବା ପାଇଁ ପାନଗଡ଼ ଷ୍ଟେସନ୍‌ରେ ଟ୍ରେନ୍‌ ଚଢ଼ିବା ପୂର୍ବରୁ ଉପରୋକ୍ତ ୪ଜଣ କର୍ମୀଙ୍କୁ ଗିରଫ କରାଯାଇଥିବା କଥା ଅନ୍ୟ ‘ବିଜେପି’ କର୍ମୀ ଓ ସମର୍ଥକମାନେ କହିଛନ୍ତି। ସେମାନେ ଅଭିଯୋଗ କରିଛନ୍ତି ଯେ, ପ୍ରତି ଷ୍ଟେସନ୍‌ରେ ପଶି ପୋଲିସ ବାଛି ବାଛି ‘ବିଜେପି’ କର୍ମୀ ଓ ସମର୍ଥକମାନଙ୍କୁ ଗିରଫ କରୁଛି। ସେହିପରି, ‘ନବାନ୍ନ ଅଭିଯାନ’ରେ ଯୋଗ ଦେବାକୁ କୋଲ୍‌କାତା ଯିବା ପାଇଁ ବାହାରିଥିବା ‘ବିଜେପି’ କର୍ମୀଙ୍କର ରାଣୀଗଞ୍ଜ ରେଳ ଷ୍ଟେସନ୍‌ ବାହାରେ ସଂଘର୍ଷ ଘଟିବା ପରେ ପୋଲିସ ମାନଙ୍କୁ ହାଜତକୁ ନେଇଛି। ‘ବିଜେପି’ ନେତା ଅଭିଜିତ ଦତ୍ତ କହିଛନ୍ତି ଯେ, ଦୁର୍ଗାପୁର ରେଳ ଷ୍ଟେସନ୍‌ ନିକଟରେ ପୋଲିସ ଆମର କର୍ମୀମାନଙ୍କ ମଧ୍ୟରୁ ୨୦ଜଣକୁ ଅଟକାଇଛି। ଅନ୍ୟ ବାଟ ଦେଇ ଆମେ ଏଠାରେ ପହଞ୍ଚିଛୁ। ଆଜି ହେବାକୁ ଥିବା ‘ନବାନ୍ନ ଅଭିଯାନ’ରେ ଯୋଗ ଦେବା ଲାଗି ପଶ୍ଚିମବଙ୍ଗର ବିଭିନ୍ନ ପ୍ରାନ୍ତରୁ କର୍ମୀ ଓ ସମର୍ଥକମାନଙ୍କୁ ଆଣିବା ଲାଗି ‘ବିଜେପି’ ୭ଟି ଟ୍ରେନ୍‌ ରିଜର୍ଭ କରିଛି। ଏଥିପାଇଁ ସୋମବାର ରାତିରୁ ପଶ୍ଚିମବଙ୍ଗ ପୋଲିସ ପଶ୍ଚିମବଙ୍ଗ ଝାଡ଼ଖଣ୍ଡ ସୀମାନ୍ତ ଅନ୍ତର୍ଗତ ଆସାନ୍‌ସୋଲ୍‌ ଦୁର୍ଗାପୁର ପୋଲିସ କମିସନ୍‌ରେଟ୍‌ର କୁଲ୍‌ଟି ଥାନା ଅଞ୍ଚଳର ଦୁବୋର୍ଡି ଚେକ୍‌ପୋଷ୍ଟ୍‌ରେ ନିରାପତ୍ତା ବ୍ୟବସ୍ଥା କଠୋର କରିଛି। ‘ବିଜେପି’ ‘ନବାନ୍ନ ଅଭିଯାନ’ରେ ଯୋଗ ଦେବା ପାଇଁ ଅସଂଖ୍ୟ ‘ବିଜେପି’କର୍ମୀ ଟ୍ରେନ୍‌ ଯୋଗେ କୋଲ୍‌କାତା ଅଭିମୁଖେ ଆସୁଥିବାରୁ ରାଜ୍ୟ ପୁଲିସ ରେଳ ଷ୍ଟେସନ୍‌କୁ ପଡ଼ିଥିବା ରାସ୍ତାରେ ବାରିକେଡ୍‌ ବସାଇଛି।

Breaking News