Report Card Odisha

| Daily Odia News

ଆଜି ପ୍ରକାଶ ପାଇବ ଯୁକ୍ତ ୨ ସ୍ପଟ ମେଧା ତାଲିକା…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

୨୦୨୨-୨୩ ଶିକ୍ଷାବର୍ଷରେ ବିଭିନ୍ନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଯୁକ୍ତ ୨ ନାମଲେଖା ପାଇଁ ଆଜି ସ୍ପଟ ମେଧା ତାଲିକା ପ୍ରକାଶ ପାଇବ। ଅପରାହ୍ଣ ୨ ଟାରେ ମେଧା ତାଲିକା ପ୍ରକାଶ ପାଇବ | ମନୋନୀତ ହୋଇଥିବା ଛାତ୍ରଛାତ୍ରୀ ଅପରାହ୍ଣ ୩ଟାରୁ ୧୬ତାରିଖ ସନ୍ଧ୍ୟା ୫ଟା ଭିତରେ ସମ୍ପୃକ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ପଞ୍ଜୀକରଣ କରିବେ। ୧୭ ତାରିଖ ପୂର୍ବାହ୍ନ ୧୧ଟାରେ ସ୍ପଟ ନାମଲେଖା ପାଇଁ ଚୂଡ଼ାନ୍ତ ମେଧା ତାଲିକା ସମ୍ପୃକ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ପ୍ରକାଶ ପାଇବ। ଏଥିରେ ମନୋନୀତ ହୋଇଥିବା ଛାତ୍ରଛାତ୍ରୀ ୧୭ ତାରିଖ ଅପରାହ୍ଣ ୧୨ଟାରୁ ୨୦ତାରିଖ ଅପରାହ୍ଣ ୪ଟା ଭିତରେ ନାମ ଲେଖାଇବେ। ରାଜ୍ୟରେ ୨,୦୬୫ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ କଳା, ବିଜ୍ଞାନ, ବାଣିଜ୍ୟ, ସଂସ୍କୃତ ଓ ଧନ୍ଦାମୂଳକ ଶିକ୍ଷାରେ ନାମ ଲେଖାଇବା ପାଇଁ ୫,୦୭,୮୨୨ ସିଟ୍ ରହିଛି। ଦୁଇଟି ପର୍ଯ୍ୟାୟରେ ୩,୬୪,୫୫୦ ସିଟ୍ ପାଇଁ ନାମଲେଖା ସରିଥିବା ବେଳେ ଏବେ ୧,୪୩,୨୭୨ଟି ସିଟ୍ ବଳକା ପଡ଼ିଛି। ସେଥିମଧ୍ୟରୁ କଳାରେ ୪୭,୫୭୩ ସିଟ୍ ଖାଲି ପଡ଼ିଥିବା ବେଳେ ବିଜ୍ଞାନରେ ୫୮,୯୯୧, ବାଣିଜ୍ୟରେ ୨୩,୨୬୪, ସଂସ୍କୃତରେ ୭,୪୧୧ ଏବଂ ଧନ୍ଦାମୂଳକ ଶିକ୍ଷାରେ ୬,୦୩୩ ସିଟ୍ ଖାଲି ରହିଛି।

Breaking News