ରିପୋର୍ଟ କାର୍ଡ / ଭୁବନେଶ୍ୱର
ପୁଣି ଥରେ ଓଡିଶା ବାସୀଙ୍କ ମନକିଣିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ | ଲୋକଙ୍କ ପାଇଁ କାମ କଲେ କଷ୍ଟ ଲାଗେନି । ମୁଖ୍ୟମନ୍ତ୍ରୀଙ୍କ ସଚିବ ଭି.କେ ପାଣ୍ଡିଆନଙ୍କ ପ୍ରଶ୍ନରେ ଏଭଳି ଉତ୍ତର ଦେଇଥିଲେ ନବୀନ | ମୁମ୍ବାଇରେ ନିବେଶକଙ୍କ ସହିତ ବୈଠକ କରି ଓଡିଶାରେ ପୁଞ୍ଜି ନିବେଶ ପାଇଁ ନିମନ୍ତ୍ରଣ କରିଥିଲେ ନବୀନ । କୁହାଯାଉଛି ଗୋଟିଏ ଦିନରେ ଛୋଟ ବଡକୁ ମିଶାଇ ୧୮ଟି ବୈଠକ ମୁଖ୍ୟମନ୍ତ୍ରୀ କରିଥିଲେ। ବର୍ତ୍ତମାନ ମୁମ୍ବାଇ ଗସ୍ତରେ ଅଛନ୍ତି ନବୀନ। ଏକ ଭିଡିଓ ସାମ୍ନାକୁ ଆସିଛି , ସେହି କ୍ୟାମେରା ଫ୍ରେମରେ ଅଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭିକେ ପାଣ୍ଡିଆନ। ଏଥିରେ ରହିଛି ପାଣ୍ଡିଆନଙ୍କ ପ୍ରଶ୍ନ ଓ ନବୀନଙ୍କ ଉତ୍ତର । ପାଣ୍ଡିଆନ ପଚାରିଛନ୍ତି ଗୋଟିଏ ଦିନରେ ଆପଣ ୧୮ଟି ବୈଠକ କରୁଛନ୍ତି, ଆପଣ କ୍ଲାନ୍ତ ଅନୁଭବ କରୁ ନାହାନ୍ତି କି | ଏହାର ଉତ୍ତର ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି, ଲୋକଙ୍କ ପାଇଁ କାମ କରିବା ସମୟରେ ମୋତେ କଷ୍ଟ ଅନୁଭବ ହୋଇନଥାଏ । ତେବେ ତୃତୀୟ ପ୍ରଶ୍ନରେ ୫-ଟି ସଚିବ କହିଥିଲେ ଯେ, ଥ୍ୟାଙ୍କ ୟୁ ସାର୍, ଆପଣଙ୍କ ଏହି ଶୈଳୀ ଆମମାନଙ୍କୁ ଆଗକୁ କାମ କରିବାର ଯୋଗାଉଛି ପ୍ରେରଣା । ଏହି ୨୫ ସେକେଣ୍ଡର ଭିଡିଓ ଏବେ ସୋସିାଲ ମିଡିଆରେ ଭାଇରାଲ୍ ହୋଇଛି । ଯାହାକୁ ନିଜ ଇନଷ୍ଟାରେ ସେୟାର କରିଛନ୍ତି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କ ବ୍ୟକ୍ତିଗତ ସଚିବ ଭି.କେ ପାଣ୍ଡିଆନ । ମୁମ୍ବାଇର ପଂଚତାରକା ହୋଟେଲରେ ଏହି ଭିଡିଓ ପ୍ରସ୍ତୁତ ହୋଇଛି |






More Stories
ଛାଡ଼ପତ୍ରପ୍ରାପ୍ତ ବିବାହିତ ଝିଅଙ୍କୁ ମିଳିବ…..
ସମ୍ବଲପୁର ତହସିଲ ଦୁଇ ଭାଗ…..
ନବୀନଙ୍କୁ କାଉଣ୍ଟର କଲେ ଉପମୁଖ୍ୟମନ୍ତ୍ରୀ…..