Report Card Odisha

| Daily Odia News

ଚାଲିବ ପୂଜା ସ୍ପେସାଲ ଟ୍ରେନ…..

ରିପୋର୍ଟ କାର୍ଡ / ଭୁବନେଶ୍ବର

ପାର୍ବଣ ଋତୁରେ ଯାତ୍ରୀମାନଙ୍କ ଭିଡ଼କୁ ଦୃଷ୍ଟିରେ ରଖି ପୂର୍ବ ରେଲବାଇ ପକ୍ଷରୁ ପୂଜା ସ୍ପେସାଲ ଟ୍ରେନ୍‌ ଚାଲିବ | ଏହି ଟ୍ରେନ ସିଆଲଦା-ପୁରୀ ମଧ୍ୟରେ ପୂଜା ସ୍ପେସାଲ ଟ୍ରେନ୍‌ ଚଳାଇବା ପାଇଁ ବ୍ୟବସ୍ଥା ହୋଇଛି। ୦୩୧୦୧ ସିଆଲଦା-ପୁରୀ ପୂଜା ସ୍ପେସାଲ ଅକ୍ଟୋବର ୧, ୨୦୨୨ ରୁ ଅକ୍ଟୋବର ୨୯, ୨୦୨୨ ମଧ୍ୟରେ ୫ ଟ୍ରିପ କରିବ। ପ୍ରତି ଶନିବାର ରାତି ୧୧.୫୦ ରେ ସିଆଲଦାରୁ ବାହାରି ପରଦିନ ପୁରୀ ଠାରେ ସକାଳ ୯.୩୫ ରେ ପହଞ୍ଚିବ ଓ ୦୩୧୦୨ ପୁରୀ- ସିଆଲଦା ପୂଜା ସ୍ପେଶାଲ ଅକ୍ଟୋବର ୨,୨୦୨୨ରୁ ଅକ୍ଟୋବର ୩୦,୨୦୨୨ ମଧ୍ୟରେ ୫ ଟ୍ରିପ ମଧ୍ୟ କରିବ। ପ୍ରତି ରବିବାର ପୁରୀ ଠାରୁ ଅପରାହ୍ନ ୩.୫୦ ରେ ବାହାରି ପରଦିନ ରାତି ୨ଟାରେ ସିଆଲଦାରେ ପହଞ୍ଚିବ। ଏହି ଟ୍ରେନ ଉଭୟ ଦିଗରେ ଭଟ୍ଟନଗର, ଆନ୍ଦୁଲ, ଖଡ଼ଗପୁର, ବାଲେଶ୍ୱର, ଭଦ୍ରକ, ଯାଜପୁର-କେଉଁଝର ରୋଡ, କଟକ, ଭୁବନେଶ୍ୱର ଓ ଖୋର୍ଦ୍ଧାରୋଡ ଷ୍ଟେସନରେ ଅଟକିବ। ସେପ୍ଟେମ୍ବର ୧୭, ୨୦୨୨ ଠାରୁ ପିଆର୍‌ଏସ୍‌ ଓ ଇଣ୍ଟରନେଟ ମାଧ୍ୟମରେ ୦୩୧୦୧ ସିଆଲଦା-ପୁରୀ ପୂଜା ସ୍ପେସାଲ ଟ୍ରେନ ପାଇଁ ବୁକିଂ ଆରମ୍ଭ ହେବ । ଏହି ପୂଜା ସ୍ପେସାଲ ଟ୍ରେନ ପାଇଁ ସାଧାରଣ ଦେୟ ଠାରୁ ଅତିରିକ୍ତ ସ୍ୱତନ୍ତ୍ର ଦେୟ ନିଆଯିବ। ଏହି ଟ୍ରେନରେ କୌଣସି ରିହାତିଯୋଗ୍ୟ ବୁକିଂ ହେବ ନାହିଁ । ତତ୍କାଳ କୋଟା ମଧ୍ୟ ଉପଲବ୍ଧ ହେବ ନାହିଁ।

Breaking News