Report Card Odisha

| Daily Odia News

ବନ୍ଧା ହେଲେ ନକଲି ନାଭାଲ ଅଫିସର…..

ରିପୋର୍ଟ କାର୍ଡ / ଗଜପତି 

ଚାକିରି ଦେବା ନାଁରେ ଲକ୍ଷାଧିକ ଟଙ୍କା ଠକି ନେଇଥିବା ଅଭିଯୋଗରେ ନକଲି ନାଭାଲ ଅଫିସର ଟିମ୍ କୁ ଗିରଫ କରିଛି ପାରଳାଖେମୁଣ୍ଡି ପୋଲିସ । ମୁଖ୍ୟ ଅଭିଯୁକ୍ତ ସମେତ ୪ଜଣକୁ ଗିରଫ ହୋଇଛନ୍ତି । ଦୀର୍ଘ ଦିନ ଧରି ଅଞ୍ଚଳରେ ଚାକିରି ଦେବା ନାଁରେ ବହୁ ଯୁବକ ଯୁବତୀଙ୍କ ଠାରୁ ଠକୁଥିଲେ ଟଙ୍କା । ଠକାମୀର ଶିକାର ହେଉଥିବା ଯୁବକ ମାନଙ୍କ ମଧ୍ୟରେ ବିଶ୍ବାସ ସୃଷ୍ଟି କରିବା ପାଇଁ ଠକ ନେଭାଲ ଅଫିସର ମାନେ ବ୍ୟବହାର କରୁଥିଲେ ନକଲି ନାଭାଲ ପୋଷାକ। ଏପରିକି କିଛି ଯୁବକଙ୍କୁ ନାଭାଲ ପୋଷାକ ଓ ନିଯୁକ୍ତି ପତ୍ର ମଧ୍ୟ ପ୍ରଦାନ କରିଥିବା ବେଳେ ଏସବୁ ସମ୍ପୂର୍ଣ୍ଣ ମିଛ ବୋଲି ଜଣାପଡିଛି | ଆଶିଷ କୁମାର ପ୍ରଧାନ ନାମକ ଜଣେ ଯୁବକ ଯୁବତୀଙ୍କ ଲିଖିତ ଅଭିଯୋଗକୁ ଆଧାର କରି ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପାରଳାଖେମୁଣ୍ଡି ପୋଲିସ। ଅଭିଯୁକ୍ତମାନଙ୍କ ଠାରୁ ନକଲି ନାଭାଲ ପୋଷାକ, ନାଭାଲ କ୍ୟାପ, ୬ ଗୋଟି ମୋବାଇଲ ଫୋନ, ବ୍ୟାଙ୍କ ପାସବୁକ, ଏବଂ ନକଲି ନିଯୁକ୍ତି ପତ୍ର, ଏବଂ ନକଲି ଆଧାର କାର୍ଡ ଆଦି ଜବତ କରିଛି ପୋଲିସ। ଏହି ଘଟଣାରେ ଆଉ କେଉଁ ମାନେ ସାମିଲ ଅଛନ୍ତି ଜାଣିବା ପାଇଁ ପୋଲିସ ତଦନ୍ତ ଚଳାଇଛି |

Breaking News