ରିପୋର୍ଟ କାର୍ଡ / ଭୁବନେଶ୍ୱର
ରାଜଧାନୀ ଭୁବନେଶ୍ୱରେ କମିଶନରେଟ ପୋଲିସ ଆରମ୍ଭ କରିଛି ହ୍ଵାଇଟ୍ ସ୍ପାଇଡର ମିଶନ | ବସ୍ତିରେ ନିଶା ସାମ୍ରାଜ୍ୟ ବିସ୍ତାର କରିଥିବା ନିଶା ମାଫିଆଙ୍କ ଉପରେ କମିଶନରେଟ ପୋଲିସର କାର୍ଯ୍ୟନୁଷ୍ଠାନ | ହ୍ଵାଇଟ୍ ସ୍ପାଇଡର ଟିମ ଚଢ଼ାଉ କରି ୭ ଡ୍ରଗ୍ସ ବେପାରୀଙ୍କୁ ଗିରଫ କରିଛି । ସେମାନଙ୍କ ପାଖରୁ ମୋଟ୍ ୫୭ ଗ୍ରାମ ଧଳା ଜହର ଜବତ ହୋଇଛି। ସେହିପରି ଗଞ୍ଜେଇ ବ୍ୟବସାୟରେ ସମ୍ପୃକ୍ତ ୪ ଅଭିଯୁକ୍ତଙ୍କୁ ହ୍ଵାଇଟ୍ ସ୍ପାଇଡର ଟିମ୍ ଗିରଫ କରିଥିବା ଜଣା ପଡିଛି । ଏମାନଙ୍କ ପାଖରୁ ପୋଲିସ ୪ କିଲୋ ୭୦୦ ଗ୍ରାମ୍ ଗଞ୍ଜେଇ ଜବତ କରିଛି। ଏନେଇ ଭୁବନେଶ୍ବର ଡିସିପି ପ୍ରତୀକ ସିଂ ସୂଚନା ଦେଇଛନ୍ତି।






More Stories
ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ନବୀନ……
ରାଇରଙ୍ଗପୁରରେ ରାଷ୍ଟ୍ରପତି,ଆଜି ଆସିବେ ପ୍ରଧାନମନ୍ତ୍ରୀ…..
ପିଲାଙ୍କ ବହିରେ ଭୁଲ୍ ;ତନାଘନା ଆରମ୍ଭ……