ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆଜି ରାଣୀ ଏଲିଜାବେଥ୍ ଦ୍ୱିତୀୟଙ୍କ ଶେଷକୃତ୍ୟ ହେବ । ଏଥିଲାଗି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଲଣ୍ଡନ ଗସ୍ତରେ ରହିଛନ୍ତି । ଗତକାଲି ରାଷ୍ଟ୍ରପତି ମୁର୍ମୁ ଲଣ୍ଡନ ଯାଇ ୱେଷ୍ଟ୍ମିନିଷ୍ଟର ହଲ୍ରେ ବ୍ରିଟେନ ମହାରାଣୀ ଏଲିଜାବେଥ ଦ୍ବିତୀୟଙ୍କୁ ଭାରତ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ମହାରାଣୀଙ୍କ ପାର୍ଥିବ ଶରୀର ୱେଷ୍ଟ୍ମିନିଷ୍ଟର ହଲ୍ରେ ରଖାଯାଇଛି | ଆଜି ଅନ୍ତିମ ସଂସ୍କାର ସଂପନ୍ନ ହେବ।ବକିଂହାମ୍ ପ୍ୟାଲେସରେ କିଙ୍ଗ ଚାର୍ଲସଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଭେଟିଛନ୍ତି । ରାଣୀ ଏଲିଜାବେଥ୍ ଦ୍ୱିତୀୟଙ୍କ ଶେଷକୃତ୍ୟ ପୂର୍ବରୁ ଉଭୟଙ୍କ ସାକ୍ଷାତ ହୋଇଛି । ଭାରତ ସରକାରଙ୍କ ତରଫରୁ ରାଣୀ ଏଲିଜାବେଥ୍ଙ୍କ ଶେଷକୃତ୍ୟରେ ଯୋଗ ଦେବାକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଲଣ୍ଡନ ଯାଇଥିବା ସୂଚନା ଦିଆଯାଇଛି । ଏନେଇ ରାଷ୍ଟ୍ରପତି ଭବନ ତରଫରୁ ଟ୍ବିଟ୍ କରାଯାଇଛି ।






More Stories
NEET-UG ପ୍ୟାଟର୍ଣ୍ଣରେ ହେବ ବଡ଼ ପରିବର୍ତ୍ତନ…..
ପୁଣି ଆନ୍ଦୋଳନକୁ ଓହ୍ଲାଇବ CJP…..
ସୁପ୍ରିମକୋର୍ଟ ବିଚାରପତି ସଂଖ୍ୟା ବୃଦ୍ଧି ବିଲ୍ ଗୃହୀତ…..