Report Card Odisha

| Daily Odia News

ନନ୍ଦିଗ୍ରାମରେ ବିଜେପିର ବଡ଼ ବିଜୟ…..

ରିପୋର୍ଟ କାର୍ଡ / କୋଲକାତା

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଝଟକା । ରାଜ୍ୟର ବିରୋଧ ଦଳ ଭାବେ କାମ କରୁଥିବା ବିଜେପି ନନ୍ଦିଗ୍ରାମର ଗୋଟିଏ ସମବାୟ ସଂସ୍ଥା ନିର୍ବାଚନରେ କ୍ଲିନସୁଇପ କରିଛି। ମମତା ବାନାର୍ଜୀ ୨୦୨୧ ବିଧାନସଭା ନିର୍ବାଚନରେ ନନ୍ଦିଗ୍ରାମରୁ ପ୍ରାର୍ଥୀ ହୋଇଥିଲେ ମଧ୍ୟ ତାଙ୍କୁ ଶୁଭେନ୍ଦୁ ଅଧିକାରୀ ହରାଇ ଦେଇଥିଲେ। ଏବେ ଗୋଟିଏ ସମବାୟ ସଂସ୍ଥା ନିର୍ବାଚନରେ ମଧ୍ୟ ଶୁଭେନ୍ଦୁ ଅଧିକାରୀଙ୍କ ଦଳ ବିଜେପି ଭଲ ପ୍ରଦର୍ଶନ କରିଛି। ଏଠାରେ ଥିବା ଭେକୁଟିଆ ସମବାୟ କୃଷି ସମିତିର ୧୨ଟି ଆସନରୁ ବିଜେପି ୧୧ଟିରେ ଜିତିଛି। ଏହି ସମବାୟ ସମିତିକୁ ପୂର୍ବରୁ ମମତାଙ୍କ ଟିଏମସି ଚଳାଉଥିଲା। ହେଲେ ରବିବାର ହୋଇଥିବା ନିର୍ବାଚନରେ ଦଳ କେବଳ ଗୋଟିଏ ଆସନ ଜିତି ପାରିଛି।

Breaking News