ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂହ ବିଜେପିରେ ଯୋଗଦେଇଛନ୍ତି | ଆଜି ବିଜେପି ମୁଖ୍ୟ କାର୍ଯ୍ୟାଳୟରେ ବିଧିବଦ୍ଧ ଭାବେ ବିଜେପିରେ ମିଶିଛନ୍ତି | ନିଜ ଦଳ ପଞ୍ଜାବ ଲୋକ କଂଗ୍ରେସ (ପିଏଲସି) କୁ ବିଜେପି ସହିତ ସାମିଲ କରିଛନ୍ତି | ଏହି ଅବସରରେ କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର, କେନ୍ଦ୍ର ଆଇନ ମନ୍ତ୍ରୀ କିରଣ ରିଜିଜୁ, ବରିଷ୍ଠ ନେତା ସୁନୀଲ ଜାଖଡଙ୍କ ସହ ଅନ୍ୟ ବରିଷ୍ଠ ନେତା ଉପସ୍ଥିତି ରହିଥିଲେ। ଏହି ସମୟରେ କେନ୍ଦ୍ର ମନ୍ତ୍ରୀମାନେ ଅମରିନ୍ଦର ଙ୍କୁ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ଅମରିନ୍ଦର ସିଂ ଗତ ବର୍ଷ ପଞ୍ଜାବ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ କଂଗ୍ରେସରୁ ମଧ୍ୟ ଇସ୍ତଫା ଦେଇଥିଲେ । ଏହାପରେ ନିଜେ ପଞ୍ଜାବ ଲୋକ କଂଗ୍ରେସ ଦଳ ଗଢ଼ିଥିଲେ । ପିଏଲସିରେ ସାମିଲ ହୋଇଥିବା ୭ ପୂର୍ବତନ ବିଧାୟକ ଏବଂ ଜଣେ ପୂର୍ବତନ ସାଂସଦ ବିଜେପିରେ ସାମିଲ ହେବେ। ପିଏଲସିର ଅନ୍ୟ ପଦାଧିକାରୀ ଏବଂ ଜିଲ୍ଲା ଅଧ୍ୟକ୍ଷ ଆସନ୍ତା ସପ୍ତାହରେ ଚଣ୍ଡିଗଡରେ ଏକ କାର୍ଯ୍ୟକ୍ରମରେ ବିଜେପିରେ ସାମିଲ ହେବାନେଇ ସୂଚନା ମିଳିଛି |






More Stories
ଇସ୍ରାଏଲ ଗସ୍ତରେ ଯିବେ ମୋଦି…..
ବିବାହ ପୂର୍ବରୁ କାହାକୁ ବି ବିଶ୍ୱାସ କରନ୍ତୁ ନାହିଁ…..
ବଢ଼ିବ ଟୋଲ୍ ଟ୍ୟାକ୍ସ !…..