ରିପୋର୍ଟ କାର୍ଡ / ମୟୂରଭଞ୍ଜ
କୁଡ଼ୁମୀ ଜାତିକୁ ପୁନଃ ଆଦିବାସୀ ତାଲିକାଭୁକ୍ତ କରିବାକୁ ଦାବିକରି ରଣହୁଙ୍କାର ଦେଇଛନ୍ତି | ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର କୁଡ଼ୁମୀ ଙ୍କୁ ଠକି ଥିବା କହି ପ୍ରତିବାଦରେ ଆଜି ରେଳରୋକ କରିଛନ୍ତି । କୁଡ଼ୁମୀ ଜାତି ଚେତାବନୀ ଦେଇଚନ୍ତି ସରକାର ଯଦି ତୁରନ୍ତ ପଦକ୍ଷେପ ନନିୟନ୍ତି ତେବେ ଆଗକୁ ଅଖଚକ ସବୁ ବନ୍ଦ ହେବ। କୁଡୁମୀ ଜାତିର ଶତାଧିକ ଲୋକ ବାରିପଦାର ଭଞ୍ଜପୁର ରେଳ ଷ୍ଟେସନ ନିକଟରେ ରେଳରୋକ କରି ଆନ୍ଦୋଳନ କରିଛନ୍ତି | ଫଳରେ ବାରିପଦାଠାରେ ବାଙ୍ଗିରିପୋଷି -ଭୁବନେଶ୍ୱର ସୁପର୍ ଫାଷ୍ଟ ଏବଂ ବାରିପଦା -ସାଲିମାର କଲିକତା ଟ୍ରେନ୍ ଅଟକି ରହିଛି। କୁଡୁମୀ ସେନା , ଆଦିବାସୀ କୁଡୁମୀ ସମାଜ ଏବଂ ମିଳିତ କୁଡୁମୀ ସମାଜ ପରି ସଂଗଠନମାନେ ଭିନ୍ନ ଭିନ୍ନ ସ୍ଥାନରେ ଏହି ରେଳ ରୋକ କରିଛନ୍ତି। ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁରର ଅଁଳା ଯୋଡ଼ିଠାରେ ମଧ୍ୟ ରେଳରୋକ କରାଯାଇଛି । ଫଳରେ ଶହ ଶହ ଯାତ୍ରୀ ହଇରାଣ ହେଉଛନ୍ତି। ଏହି ଦାବି ପରିପ୍ରେକ୍ଷୀରେ ଆଜି ଓଡ଼ିଆ,ପଶ୍ଚିମବଙ୍ଗ ଏବଂ ଝାରଖଣ୍ଡ ରାଜ୍ୟର କୁଡୁମୀ ସମ୍ପ୍ରଦାୟର ଲୋକମାନେ ଭିନ୍ନ ଭିନ୍ନ ସ୍ଥାନରେ ରେଳରୋକ କରୁଛନ୍ତି।






More Stories
ବିଦ୍ୟୁତ୍ ଉପଭୋକ୍ତାଙ୍କ ପାଇଁ ବଡ଼ ଘୋଷଣା…..
ବଙ୍ଗାଳୀ ଶ୍ରମିକଙ୍କୁ ହତ୍ୟା ,୬ ଗିରଫ…..
ଜଳିଗଲା ବସ୍,୧୦ ମୃତ……