Report Card Odisha

| Daily Odia News

୨୨ ରୁ ଯୁକ୍ତ ୨ ପ୍ରଥମ ବର୍ଷ ପାଠପଢା…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଆସନ୍ତା ୨୨ ତାରିଖରୁ ଯୁକ୍ତ ୨ ପ୍ରଥମ ବର୍ଷ ପାଠପଢା ଆରମ୍ଭ ହେବ | ଏନେଇ ଆଜି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି | ସାଢେ ୩ ଲକ୍ଷ ପିଲା ନାମ ଲେଖାଇ ସାରିଛନ୍ତି  |ସୂଚନା ଅନୁଯାୟୀ ଆସନ୍ତା ୨୯ ତାରିଖରୁ ଏହି କାର୍ଯ୍ୟକ୍ରମ ଆରମ୍ଭ ହେବାକୁ ଯାଉଛି । ତୃତୀୟରୁ ନବମ ଶ୍ରେଣୀ ପିଲାମାନେ ଏଥିରେ ସାମିଲ ହେବେ । ତୃତୀୟ ଶ୍ରେଣୀ ପିଲାଙ୍କୁ ଗଣିତ, ଓଡ଼ିଆ ଓ ପରିବେଶ ବିଜ୍ଞାନ, ଚତୁର୍ଥ ଶ୍ରେଣୀଙ୍କୁ ଗଣିତ, ଇଂରାଜୀ ଓ ବିଜ୍ଞାନ ପାଠ ପଢ଼ାଯିବ । ଦୈନିକ ଦୁଇଟି ପିରିୟଡ଼ରେ ପୁରୁଣା ପାଠର ଶିକ୍ଷା ପ୍ରଦାନ କରାଯିବ । ପିଲାମାନେ ଗତ ଦୁଇବର୍ଷରେ କେତେ ପାଠ ଜାଣିଛନ୍ତି ସେନେଇ ତଦାରଖ କରିବାକୁ ଆସନ୍ତା ୨୬ରୁ ୨୮ ମଧ୍ୟରେ ଏକ ବେସଲାଇନ୍ ଆସେସମେଣ୍ଟ କରାଯିବ ।ଏହାପରେ ଆସନ୍ତା ୨୯ ତାରିଖରୁ ଶୈକ୍ଷିକ ପୁନରୁଦ୍ଧାର କାର୍ଯ୍ୟକ୍ରମ ଆରମ୍ଭ କରାଯିବ । ଏହାର ୨୫ ଦିନ ପରେ ଅର୍ଥାତ ନଭେମ୍ବର ୭ ତାରିଖରେ ମିଡ-ଟର୍ମ ଆସେସମେଣ୍ଟ କରାଯିବ । ଏହାର ୨୫ ଦିନ ପରେ ଡିସେମ୍ବର ୯ରେ ଏଣ୍ଡ-ଟର୍ମ ଆସେସମେଣ୍ଟ କରାଯିବ । ଏଥିପାଇଁ ୩୦ ଜିଲ୍ଲା ପାଇଁ ଦୁଇଟି ଏଜେନ୍ସିକୁ ଚୟନ କରାଯାଇଛି । ଏଥିପାଇଁ ପ୍ରତି ଜିଲ୍ଲାରେ ନୋଡାଲ ସେଣ୍ଟର ଚୟନ କରାଯାଇଥିବା ବେଳେ ତୃତୀୟରୁ ଅଷ୍ଟମ ଶ୍ରେଣୀର ଶିକ୍ଷକମାନେ ପ୍ରଶିକ୍ଷଣ ନେବେ । ଏଥିପାଇଁ ଜିଲ୍ଲା ଓ ବ୍ଲକ ସ୍ତରରେ କମିଟି ଗଠନ କରାଯିବ । ଜିଲ୍ଲାସ୍ତରୀୟ କମିଟିରେ ଡିଇଓ, ଏଡିଇଓ ଏବଂ ବ୍ଲକସ୍ତରୀୟ କମିଟିରେ ବିଇଓ, ଏବିଇଓଙ୍କ ସହିତ ଅନ୍ୟ ଅଧିକାରୀ ସାମିଲ ରହିବେ ।

Breaking News