ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଇଂଲଣ୍ଡରରେ ଦେଖା ଦେଇଛି ହିନ୍ଦୁ -ମୁସଲିମ ବିବାଦ | ପରମ ଶକ୍ତି ପୀଠ ଓ ବାତ୍ସଲ୍ୟଗ୍ରାମର ପ୍ରତିଷ୍ଠାତା ସାଧ୍ବୀ ଋତମ୍ଭରାଙ୍କ ସମ୍ଭାବ୍ୟ ଗସ୍ତକୁ ନେଇ ଇଂଲଣ୍ଡର ସ୍ମେଥ୍ୱିକ୍-ସ୍ଥିତ ଦୁର୍ଗା ଭବନ ମନ୍ଦିର ଆଗରେ ମୁସଲମାନ ସମ୍ପ୍ରଦାୟ ପକ୍ଷରୁ ହିଂସାତ୍ମକ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ମନ୍ଦିର କର୍ତ୍ତୃପକ୍ଷ ସାଧ୍ବୀ ଋତମ୍ଭରାଙ୍କ ଗସ୍ତକୁ ବାତିଲ କରାଯାଇଛି ବୋଲି କହିବା ପରେ ବି ବିକ୍ଷୋଭ ବନ୍ଦ ହୋଇ ନ ଥିଲା। ଏହାକୁ ଦେଖି ସ୍ଥାନୀୟ ହିନ୍ଦୁ ସମ୍ପ୍ରଦାୟର ଲୋକମାନଙ୍କ ମଧ୍ୟରେ ଭୟ ଦେଖାଦେଇଛି। ଲିସେଷ୍ଟରଠାରେ ଭାରତ-ପାକିସ୍ତାନ କ୍ରିକେଟ ଖେଳକୁ ନେଇ ଯେପରି ହିଂସା ଉପୁଜିଥିଲା ଏଠାରେ ସେପରି ହୋଇପାରେ ବୋଲି ଆଶଙ୍କା ସୃଷ୍ଟି ହୋଇଥିଲା। ପ୍ରାୟ ୨୦୦ ଲୋକ ଦୁର୍ଗାଭବନକୁ ଘେରିଯିବା ସହ ବାଣରେ ନିଆଁ ଲଗାଇ ମନ୍ଦିର ଭିତରକୁ ପକାଇବା ଏବଂ କାଚ ବୋତଲ ଫୋପାଡ଼ିବା ଦେଖିବାକୁ ମିଳିଥିଲା। ସେମାନେ ହିନ୍ଦୁ ସମ୍ପ୍ରଦାୟକୁ ଭୟଭୀତ କରି ରଖିବାକୁ ଚାହୁଥିବା ଏଥିରୁ ଜଣାପଡିଛି। ମନ୍ଦିର କର୍ତ୍ତୃପକ୍ଷ ଶାନ୍ତିରକ୍ଷା ପାଇଁ ପ୍ରାର୍ଥନା କରିଥିବା ବେଳେ ପରେ ପୁଲିସ ଆସି ବିକ୍ଷୋଭକାରୀମାନଙ୍କୁ ଘଉଡ଼ାଇ ଦେଇଥିଲା। ପ୍ରତିବାଦକାରୀମାନେ କହିଛନ୍ତି ଯେ ସେମାନେ କୌଣସି ହିନ୍ଦୁ ନେତା ବା ଧର୍ମଗୁରୁଙ୍କୁ ଇଂଲଣ୍ଡରେ ପୂରାଇ ଦେବେ ନାହିଁ। ଅନ୍ୟ ମନ୍ଦିରଗୁଡ଼ିକ ଆଗରେ ବି ଏପରି ବିକ୍ଷୋଭ କରିବାକୁ ସେମାନେ ଧମକ ଦେଇଚନ୍ତି।






More Stories
ଅସ୍ତ୍ର ବିରତି ସତ୍ତ୍ବେ ଇସ୍ରାଏଲର ଆକ୍ରମଣ ଜାରି….
ଆଜି ଆସାମ,କେରଳ ଓ ପୁଡୁଚେରୀ ନିର୍ବାଚନ…..
ମୋହସିନା କିଦୱାଇଙ୍କ ପରଲୋକ…..