Report Card Odisha

| Daily Odia News

କଟକ ଓ ଭୁବନେଶ୍ଵରର ଦଶହରା ପର୍ଯ୍ୟଟକଙ୍କୁ ଆକର୍ଷିତ କରିଥାଏ…..

ରିପୋର୍ଟ କାର୍ଡ / ଭୁବନେଶ୍ଵର

ଦୁର୍ଗା ପୂଜା ଓଡ଼ିଶାର ତଥା ହିନ୍ଦୁ ମାନଙ୍କର ଏକ ବିଶେଷ ପୂଜା ଅଟେ। ଏହି ପର୍ବର ଶେଷ ଦିନଟି ଦଶହରା ତଥା ବିଜୟା ଦଶମୀ ନାମରେ ପରିଚିତ। କଟକ ଓ ଭୁବନେଶ୍ଵର ର ଏହା ଏକ ପ୍ରଧାନ ପର୍ବ । ପୂଜାସମୟରେ ମେଢ଼ ଗୁଡ଼ିକୁ ଓ ମା’ଙ୍କ ମୂର୍ତ୍ତିକୁ ସୁନା ଓ ରୂପା ନିର୍ମିତ ଅଳଙ୍କାରଦ୍ୱାରା ସଜ୍ଜିତ କରାଯାଇଥଏ, ଆଉ କେତେକ ସ୍ଥାନରେ ଜରିରେ ନିର୍ମିତ ମେଢ଼ ମଧ୍ୟ କରାଯାଇଥାଏ । କଟକ ଓଡ଼ିଶାର ସର୍ବପୁରାତନ ନଗର । ୧୯୪୮ରେ ଭୁବନେଶ୍ୱର ଓଡ଼ିଶାର ରାଜଧାନୀ ଘୋଷିତ ହେବା ଆଗରୁ, ପ୍ରାୟ ନ‍ଅ ଶତାବ୍ଦୀ ଧରି କଟକ ଓଡ଼ିଶାର ରାଜଧାନୀ ରହି ଆସିଥିଲା । କଟକ ଓ ଭୁବନେଶ୍ୱରକୁ ମିଳିତ ଭାବେ ଓଡ଼ିଶାର ଯମଜ ସହର ବୋଲି ମଧ୍ୟ କୁହାଯାଏ । କଟକ ସୁନା ଓ ରୂପାର ତାରକସି କଳା ପାଇଁ ଜଣାଶୁଣା ।କଟକ ଦଶହରା ଚାନ୍ଦି ମେଢ଼ ଓ ସୁନା ଅଳଙ୍କାର ଲାଗି ପ୍ରସିଦ୍ଧ | ୨୦୧୫ ମସିହା ରେ ସହିଦନଗର ଦୂର୍ଗା ପୂଜା ସମିତି ପକ୍ଷରୁ ରୂପା ମେଢ କରିବାକୁ ନିଷ୍ପତ୍ତି ନିଆଯାଇ ୨୦୧୬ ମସିହା ରେ ମା ଦୂର୍ଗା ଙ୍କ କୃପାରୁ ଓ ଅନାନ୍ୟ ମା ଆଦିଶକ୍ତି ଙ୍କୁ ଭଲ ପାଉଥିବା ସମ୍ମାନୀୟ ବ୍ଯକ୍ତି ଙ୍କ ସହଯୋଗରେ ଭୁବନେଶ୍ବର ରେ ଦ୍ଵିତୀୟ ଚାନ୍ଦିମେଢ଼ ଖେମଜି ସୁନା ଦୋକାନ ତତ୍ତ୍ଵାବଧାନରେ ମା ଙ୍କ ଲାଗି କରାଯାଇଥିଲା | ସମିତି ପକ୍ଷରୁ ସର୍ବଦା ଚେଷ୍ଟା ଥିଲା ଆମ ମା ଦୂର୍ଗା ଚାନ୍ଦି ମେଢ଼ ଓ ଆଳଙ୍କାର ପିନ୍ଧି କିପରି ଭଲ ଦେଖାଯିବେ ସେନେଇ ପରବର୍ତ୍ତୀ ସମୟରେ ୨୦୧୮ ମସିହା ରେ ସମିତି ପକ୍ଷରୁ ମା ଙ୍କ ସୁନା ମୁକୁଟ କରାଯିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା | ୨୦୧୯ ମସିହା ରେ ଖେମଜି ସୁନା ଦୋକାନ ଙ୍କ ତତ୍ତ୍ଵାବଧାନରେ ତାରକସି କାମରେ ମା ଦୂର୍ଗା ଙ୍କ ସୁନାମୁକୁଟ କରାଯାଇ ଅର୍ପଣ କରାଯାଇଥିଲା | ଓଡ଼ିଆ ସଂସ୍କୃତି ଅନୁଯାୟୀ କଟକ ଓ ଭୁବନେଶ୍ଵର ରେ ମଧ୍ୟ ବାର ମାସରେ ତେର ପର୍ବ ପାଳିତ ହୁଏ ।
ମୂର୍ତ୍ତିଗଢ଼ା :
ମା’ଙ୍କ ମୂର୍ତ୍ତି ଗଢ଼ା ପାଇଁ କଟକ ର କାରିଗରମାନେ ନିୟୋଜିତ ହେଇଥାନ୍ତି । କଟକର କୁମ୍ଭାରମାନେ ପୁରୁଷାନୁକ୍ରମେ ମୂର୍ତ୍ତି ଗଢ଼ି ଆସୁଛନ୍ତି । ମୂର୍ତ୍ତି ଗଢ଼ିବା ପାଇଁ ସେମାନଙ୍କୁ ୧୦ ରୁ ୧୧ଦିନ ସମୟ ଲାଗେ ।
ସାଜସଜ୍ଜା :
ପୂଜାମଣ୍ଡପ ଓ ଶକ୍ତିପୀଠମାନଙ୍କରେ ସାଜସଜ୍ଜାରେ ଅଧିକ ଗୁରୁତ୍ୱ ଦିଆଯାଏ । ୧୯୫୬ ମସିହାରେ ଚୌଧୁରୀ ବଜାର ପୂଜା ମଣ୍ଡପରେ ପ୍ରଥମେ ଚାନ୍ଦିମେଢ଼ ବ୍ୟବହାର କରାଯାଇଥିଲା ।

Breaking News