ରିପୋର୍ଟ କାର୍ଡ / ଭୁବନେଶ୍ୱର
ପୁରୁଷ ବନ୍ଧୁଙ୍କ ସହ ଲିଭ୍ ଇନ୍ ରିଲେସନ୍ଶିପ୍ ରେ ରହୁଥିବା ଯୁବତୀ ବେକରେ ରଶି ଲଗାଇ ଝୁଲି ପଡ଼ିଛନ୍ତି । ଆଜି ଏପରି ଘଟଣା ରାଜଧାନୀ ଭୁବନେଶ୍ୱରରେ ଘଟିଛି । କମିଶନରେଟ୍ ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଭୁବନେଶ୍ୱରରେ ଏକ ପ୍ରିଣ୍ଟିଂ କମ୍ପାନୀର ମାଲିକାଣୀ ହେଉଛନ୍ତି ସୁଜାତା ରଥ। ସେ ପାହାଳ ଥାନା ଅଞ୍ଚଳର ଥିବା ଏକ ଆପାର୍ଟମେଣ୍ଟରେ ରହୁଥିଲେ। ସେହି ଆପାର୍ଟମେଣ୍ଟରେ ସୁଜାତାଙ୍କ ବାପା-ମାଆ ରହୁଥିଲେ ମଧ୍ୟ ସେ ଅଲଗା ଫ୍ଲୋର୍ରେ ରହୁଥିଲେ। ସେ ତାଙ୍କ ପୁରୁଷ ବନ୍ଧୁଙ୍କ ସହ ଲିଭ୍ ଇନ୍ ରିଲେସନ୍ଶିପ୍ରେ ରହୁଥିଲେ। ତିନି ଦିନ ତଳେ ସୁଜାତାଙ୍କ ପୁରୁଷ ବନ୍ଧୁ ଏକ ବିବାହ କାର୍ଯ୍ୟରେ ଯୋଗଦେବାକୁ ଯାଇଥିଲେ। ପୁରୁଷ ବନ୍ଧୁଙ୍କ ଅନୁପସ୍ଥିତିରେ ଆପାର୍ଟମେଣ୍ଟରେ ଏକୁଟିଆ ରହୁଥିଲେ ସୁଜାତା। ହଠାତ୍ କ’ଣ ହେଲା ସୁଜାତା ଆତ୍ମହତ୍ୟା କଲେ | ଏହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରୁଥିବା ବେଳେ ଆତ୍ମହତ୍ୟାର ପ୍ରକୃତ କାରଣ ଜଣାପଡ଼ି ନାହିଁ। ଅନ୍ୟପକ୍ଷରେ ଶୁଣିବାକୁ ମିଳୁଛି, ଶେଷ ଥର ପାଇଁ ସୁଜାତାଙ୍କ ପାଖକୁ ଏକ ଫୋନ୍ କଲ ଆସିଥିଲା। ସୁଜାତାଙ୍କ ପାଖକୁ ତାଙ୍କ ପୁରୁଷ ବନ୍ଧୁ ଫୋନ୍ କରିଥିବା ଆଲୋଚନା ହେଉଛି। ଏହା ପରେ ସେ ଆତ୍ମହତ୍ୟା କରିଥିବା ଚର୍ଚ୍ଚା ହେଉଛି। ଘଟଣାକୁ ନେଇ କମିଶନରେଟ୍ ପୋଲିସ ତଦନ୍ତ ଆରମ୍ଭ କରିଛି।






More Stories
ଆଜିଠାରୁ ଯୁକ୍ତ ୨ ପରୀକ୍ଷା……
ଶପଥ ନେଲେ ତାରିକ ରହମାନ…..
ନାବାଳିକାକୁ ଦୁଷ୍କର୍ମ ଓ ପ୍ରସବ ଘଟଣା:ସିଲ୍ ହେବ ନର୍ସିଂହୋମ୍…..