ରିପୋର୍ଟ କାର୍ଡ / ଭୁବନେଶ୍ୱର
ଧାମନଗର ବିଧାନସଭା ଆସନ ଖାଲିପଡିଛି | ବିଜେପି ବିଧାୟକ ବିଷ୍ଣୁ ସେଠୀଙ୍କ ପରଲୋକ ପରେ ଧାମନଗର ବିଧାନସଭା ଆସନ ଖାଲିପଡ଼ିଛି । ଏଠାରେ ସାନି ଉପନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଏନେଇ ବିଧାନସଭା ପକ୍ଷରୁ ନିର୍ବାଚନ କମିଶନଙ୍କୁ ବିଧିବଦ୍ଧ ଭାବେ ଅବଗତ କରାଯାଇଛି । ଗତ ୧୯ ତାରିଖରେ ବିଧାୟକ ସ୍ୱର୍ଗତ ସେଠୀଙ୍କ ପରଲୋକ ଘଟିଥିଲା । ଭୁବନେଶ୍ୱରର ଏମ୍ସରେ ଚିକିତ୍ସାଧୀନ ଥିବାବେଳେ ତାଙ୍କର ମୃତ୍ୟୁ ହୋଇଥିଲା । ଫଳରେ ଏହି ଆସନଟି ଖାଲି ପଡ଼ିଛି । ନିର୍ବାଚନ କମିଶନଙ୍କ ନିୟମ ମୁତାବକ, କୌଣସି ଆସନ ୬ ମାସରୁ ଅଧିକ ସମୟ ଖାଲି ପଡ଼ିପାରିବ ନାହିଁ । ତେଣୁ ୬ ମାସ ମଧ୍ୟରେ ନିର୍ବାଚନ ହେବା ନେଇ ନିୟମ ରହିଛି |






More Stories
CMOରୁ ଫାଇଲ୍ ଗାଏବ ମାମଲା; ତତ୍କାଳୀନ ମୁଖ୍ୟମନ୍ତ୍ରୀଙ୍କ କିରାଣି ଘରେ ଚଢ଼ଉ…..
ସୌମ୍ୟ ହତ୍ୟା ଘଟଣା ; ଚାର୍ଜସିଟ ଦାଖଲ କଲା କ୍ରାଇମବ୍ରାଞ୍ଚ…..
ଚକୋଲେଟ୍ ବାଣ୍ଟିଲେ ରାଷ୍ଟ୍ରପତି……